ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ା ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ନାଗାବଳୀ ଏକ୍ସପ୍ରେସ(୨୦୮୯୦) ଟ୍ରେନ୍ରେ ଜଣେ ଯାତ୍ରୀ ଚଢ଼ିବା ବେଳେ ଅଚାନକ ଟ୍ରେନରୁ ଖସି ପଡ଼ୁଥିଲେ। ତେବେ ସେଠାରେ କାର୍ଯ୍ୟରତ କନେଷ୍ଟବଳ ଅଙ୍କୁର ଚୌଧୁରୀ ଏହା ଦେଖି ଯାତ୍ରୀଙ୍କୁ ଧରି ନେଇ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଇଛନ୍ତି। ତେବେ ଟ୍ରାକ୍ରେ ପଡ଼ିବା ଭଳି ଅଘଟଣରୁ ବର୍ତିି ଯାଇଥିଲେ ଯାତ୍ରୀ ଜଣକ। କନେଷ୍ଟବଳ ଚୌଧୁରୀ ପୂର୍ବରୁ ମଧ୍ୟ ଏହିଭଳି ଅନେକ ଥର ଯାତ୍ରୀଙ୍କ ଜୀବନ ବଂଚାଇବାର ନଜିର ରହିଛି। ତାଙ୍କର କର୍ତବ୍ୟପରାୟଣ କାର୍ଯ ପାଇଁ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି।
