ବ୍ଳକ ସିଟିଜେନ ଫୋରମର ବାର୍ଷିକ ଅଧିବେଶନ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ବଡକେନ୍ଦୁଗୁଡା ସ୍ଥିତ ପ୍ରଚୀନ ଶୈବପୀଠ କାଲେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ କୋକସରା ବ୍ଲକ ସିଟିଜେନ ଫୋରମର ବାର୍ଷିକ ସାଧାରଣ ଅଧିବେଶନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ସିଟିଜେନ ଫୋରମ୍ ର ସଭାପତି ବ୍ୟୋମକେଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ସିଟିଜେନ ଫୋରମ୍ ର ଉପଦେଷ୍ଟା ବଜେନ୍ଦ୍ର କୁମାର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସିଟିଜେନ ଫୋରମ୍ ର ସଭାପତି ରାମଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା, ସମାଜସେବୀ କୁମୁଦ ଚନ୍ଦ୍ର ବେହେରା, ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି ଭାବରେ ତ୍ରିନାଥ ଶବର, ବରିଷ୍ଠ ସଦସ୍ୟ ସୁଧାଂଶୁ ନେଗୀ କୋକସରା ବ୍ଳକ ସିଟିଜେନ ଫୋରମ୍ ର ସମ୍ପାଦକ ମିନ କେତେକ ପ୍ରଧାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମଗ୍ରିକ ବିକାଶ ପାଇଁ ସରକାରୀ, ବେସରକାରୀ ଓ ସମସ୍ତଙ୍କ ସହଭାଗିତା ମାଧ୍ୟମରେ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ହିଁ ମୁଖ୍ୟ ଲକ୍ଷ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ସୁରକ୍ଷା, ଶିଳ୍ପ ଅଭିବୃଦ୍ଧି, ବିଭିନ୍ନ ଭିତ୍ତିଭୂମି ଓ ମୌଳିକ ଅଧିକାର, କୋକସରାର ଐତିହ୍ୟ, ସଂସ୍କୃତି, କାଲେଶ୍ୱର ଶୈବପୀଠ, ବୁଢ଼ାରଜା ମନ୍ଦିର, ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରାର ଉନ୍ନତି ସହିତ ପୁରାତନ ପୀଠ ଗୁଡ଼ିକର ପୁନରୁଦ୍ଧାର ସହିତ ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ବିଶେଷ ଆଲୋଚନା କରିଥିଲେ। ପରେ ଶିକ୍ଷା, ସମାଜସେବା ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସିଟିଜେନ ଫୋରମ ପକ୍ଷରୁ ବରିଷ୍ଠ ଶିକ୍ଷକ ସୁଧୀର କୁମାର ପଣ୍ଡା, ଅଧ୍ୟାପକ ମୋହନ ଚରଣ ବିଷି, ବରିଷ୍ଠ ସାମ୍ବାଦିକ ଜତିନ୍ଦ୍ର ପଟ୍ଟନାୟକ ଓ ନାଟ୍ୟଗୁରୁ ଚିନ୍ତାମଣି ପଟେଲ ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ଅଧ୍ୟାପକ ମୋହନ ଚରଣ ବିଷି ସଂଯୋଜନା କରିଥିବାବେଳେ ସିଟିଜେନ ଫୋରମର ବରିଷ୍ଠ ସଭ୍ୟ ଶ୍ରୀନିବାସ ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସଭ୍ୟ ଗୁଣନିଧି ବାଗ, ବୁଟୁନାଥ ସରାବୁ, ମୁକ୍ତେଶ୍ୱର ପଟ୍ଟନାୟକ, ଧବଲେଶ୍ୱର ନାଗ, ଧନେଶ୍ୱର ପଣ୍ଡା, ବ୍ୟମକେଶ ସାହୁ, ଜୟଲାଲ ନାଏକ, ଭାଗ୍ୟବାନ ବାଗ, ସୁବାସ ନାଏକ, ଲଷ୍ମଣ ଶବର, ପ୍ରଭାକର ବେହେରା, ବାହାଦୁର ମାଝୀ, ଗାରୁଧ୍ଵଜମାଝୀ, ଆଦିତ୍ୟ ପଣ୍ଡା, ଜିତେନ୍ଦ୍ର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡ଼ାମାଝି, କୁମୁଦ ଚନ୍ଦ୍ର ମାଝି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *