ଘୂର୍ଣ୍ଣିଝଡରେ ଛିନ୍ନଛତ୍ର ଭଟାଗୁଡା ଗ୍ରାମର ଘରଦ୍ୱାର

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ପୁଣି କାଳବୈଶାଖୀ ତାର ଭୟଙ୍କର ରୂପ ଦେଖାଇଛି। ବିଶେଷ କରି ଥୁଆମୂଳ ପଞ୍ଚାୟତ ଅଧୀନ ଭଟାଗୁଡା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଦେଖାଯାଇଛି। ମାତ୍ର ୧୦ ମିନିଟ୍‌ର ଭୟଙ୍କର ଘୂର୍ଣ୍ଣିଝଡରେ ସମ୍ପୂର୍ଣ୍ଣ ଗାଁ ଛିନ୍ନଛତ୍ର ହୋଇପଡ଼ିଛି। ଏହି ଝଡରେ ୩୭ଟି ପରିବାରର ଘରର ଆଜବେଷ୍ଟ ଉଡିଯାଇଥିବାବେଳେ ଅନେକ ଛୋଟବଡ଼ ଗଛ ଭାଙ୍ଗି ପଡ଼ିଛି। ଗ୍ରାମର ରଏବାରୁ ପରାଭୋଇ, ବଡ ପରାଭୋଇ, ଲକ୍ଷ୍ମଣ ଜାନୀ, ତାମା ଜାନୀ, ସାନନ୍ଦ ମାଝୀ ଓ ମଙ୍ଗଳୁ ନାଏକଙ୍କ ଘର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ସହିତ ଧନସିଂ ମାଝୀ, ବିକ୍ରମ ମାଝୀ, ବିଭୁତି ଜାନୀ, ରାଧେ କୁମାର ଜାନୀ, ଧଙ୍କଧର ମାଝୀ, ତାରାଙ୍ଗ ଦେଇ, ମୁକୁନ୍ଦ ମାଝୀ, ସମ୍ବାରୁ ଜାନୀ, ଘାସିରାମ ମାଝୀ, ରାଏସିଂ ମାଝୀ, ହରେକୃଷ୍ଣ ମାଝୀ, ବିଭୁଦତ୍ତ ମାଝୀ, ଛତ୍ରପତି ମାଝୀ, ସୁନାଧର ମାଝୀ, ମଦନ ମାଝୀ, ପଦୁ ନାଏକ, ଧନପତୀ ନାଏକ, ଫକୀର ନାଏକ, କାଶପତୀ ନାଏକ, ଭୁବନେ ନାଏକ, ଶରତଚନ୍ଦ୍ର ନାଏକ, ବାଲସିଂ ମାଝୀ, ରୁପି ଜାନୀ, ସୁଦର୍ଶନ ମାଝୀ, ବିନୁ ମାଝୀ, ବରୁଣ ନାଏକ, ବାଳକୃଷ୍ଣ ମାଝୀ, ସୁନାମାଳିଆ ନାଏକ, କୁଶ ନାଏକ, ସୁଦର୍ଶନ ନାଏକ ଓ ପାଇକୁ ମାଝୀଙ୍କ ଘରର ଆଜବେଷ୍ଟ ଭାଙ୍ଗିଯାଇଛି ଏବଂ ଘରୋଇ ସାମଗ୍ରୀ ନଷ୍ଟ ହୋଇଛି। ଏହା ସହ କରାଙ୍ଗ, ପୋଖରେସ ଓ ତେନ୍ତୁଳିପଡା ଗ୍ରାମରେ ମଧ୍ୟ ପ୍ରତ୍ୟେକ ୩ଟି କରି ଘରର କ୍ଷତି ଘଟିଥିବା ସୂଚନା ମିଳିଛି। ଅପରାହ୍ନରେ ହୋଇଥିବା ବଜ୍ରପାତରେ ପୋଖରୀଗୁଡା ଗ୍ରାମର ହାଜେଙ୍ଗ ମାଝୀଙ୍କ ଅଣ୍ଡିରା ମଇଁଷି ମୃତ୍ୟୁବରଣ କରିଛି, ଯାହାରୁ ଚାଷୀ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଘଟଣାସ୍ଥଳ ପରିଦର୍ଶନ କରିଥିଲେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ଅତିରିକ୍ତ ତହସିଲଦାର ତପନ କୁମାର ପତି, ସନାତନ ମହାରଣା ଓ ପିଇଓ ସୋମଦତ୍ତ ପଣ୍ଡା। ସେମାନେ କ୍ଷତିର ଆକଳନ କରି ସରକାରୀ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ଭୟଙ୍କର ଘୂର୍ଣ୍ଣିଝଡ ଆତଙ୍କିତ କରିଦେଇଛି ଏବଂ ଏପରି ଦୃଶ୍ୟ ପୂର୍ବରୁ କେବେ ଦେଖିନଥିବା କହିଛନ୍ତି ଭଟାଗୁଡା ଗ୍ରାମବାସୀ।

Leave a Reply

Your email address will not be published. Required fields are marked *