ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ) : ଝରିଗାଁ ବିଧାୟକ ନରସିଂହ ଭତ୍ରାଙ୍କ ଜନ୍ମ ଦିନ ଅବସରରେ ଉମରକୋଟ ବ୍ଲକ ଜାମରୁଣ୍ଡା ପଞ୍ଚାୟତ ଢେପଗୁଡ଼ା ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ଶିବିରକୁ ଝରିଗାଁ ବିଧାୟକ ନରସିଂହ ଭତ୍ରା ଉଦ୍ଘାଟନ କରିବା ସହ ନିଜ ଜନ୍ମଦିନରେ ନିଜେ ରକ୍ତଦାନ କରିଥିଲେ। ନବରଙ୍ଗପୁର ଉନ୍ନୟନ ସ୍ୱତନ୍ତ୍ର ପରିଷଦ ଅଧ୍ୟକ୍ଷା ବାସନ୍ତୀ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଗୋବିନ୍ଦ ଜୈନ, ସମାଜ ସେବୀ ପ୍ରତାପ ବାଘ, ଖାଣ୍ଡା ମଣ୍ଡଳ ସଭାପତି ଗୌତମ ହରିଜନ, ପ୍ରଫୁଲ୍ଲ ପ୍ରଧାନୀ, ମଣ୍ଡଳ ସଭାପତି ଈଶ୍ୱର ଭତରା, ବରିଷ୍ଠ ବିଜେପି ନେତା ବସନ୍ତ କୁମାର ମାଝୀ, ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ଭୋଦେବ ବାଘ, ମାଲଗାଁ ମଣ୍ଡଳ ସଭାପତି ତରଣ ନାୟକ, ରାଜ୍ୟ ଏସି ମୋର୍ଚା ସମ୍ପାଦକ ଆସୁ ମଣ୍ଡଳ, ସମୀରଣ, ପବିତ୍ର, ସୁଦାମ ତିୱାରୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଉମରକୋଟ ରକ୍ତ ଭଣ୍ଡାର କର୍ମଚାରୀ ଓ ପୁଜାରିଗୁଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରରୁ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
