ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଖରାରେ ତାପ ମାତ୍ରା ବଢ଼ି ଚାଲିଥିବାବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଏହି ଭଳି ସ୍ଥିତରେ କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ରେଞ୍ଜ ସେକ୍ସନରେ ଥିବା ଭେଜା ଓ ବେଲକଣା ଯିବା ମୁଖ୍ୟ ସଡ଼କ ରାସ୍ତା ପାର୍ଶ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଜନ ଜୀବନ ପ୍ରଭାହିତ ହେଉଛି। ଏଥି ପାଇଁ ଶାଗୁଆନ, ଶାଳ, ପିଆଶାଳା ଓ ବହୁ ମୂଲ୍ୟବାନ ଗଛ ସମେତ ଅନେକ ଔଷଧୀୟ ଗୁଣ ଥିବା ବୃକ୍ଷ ଗୁଡିକ ମଧ୍ୟ ନଷ୍ଟ ହେଉଛି। କେବଳ ଗଛ ନୁହେଁ, ବାରାହା, କୁଟୁରା, ମୟୁର ଭଳି ପକ୍ଷୀ ପ୍ରଭାବିତ ହେଉଛନ୍ତି। ଏହା ସହ ଜଙ୍ଗଲ ର ବନ୍ଧୁ ଭାବେ ଅନେକ କୀଟ, ପତଙ୍ଗ ନିଆଁର ଝାସରେ ସବୁ ଦିନ ପାଇଁ ଲୋପ ପାଇଯାଉଛନ୍ତି। ଏଥି ପାଇଁ ଭବିଷ୍ୟତ ଜଙ୍ଗଲ ସୃଷ୍ଟି ହେବାରେ ପ୍ରତି ବନ୍ଧକ ସୃଷ୍ଟି ହେଉଛି। ସରକାର ଜଙ୍ଗଲ ସୁରକ୍ଷା ଏବଂ ମନରେଗାରେ ବନିକରଣ କରି ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଖର୍ଚ୍ଚ କରି ଆସୁଥିଲା ମଧ୍ୟ ଏହାକୁ ସୁରକ୍ଷା ଦେବାରେ ବନ ବିଭାଗ ଆକ୍ଷୀରେ ଦେଖି ମଧ୍ୟ ଚୁପ ରହୁଛନ୍ତି। ଏହି ସମ୍ପର୍କରେ ବୁଡାଗୁଡା ସେକ୍ସନ ଫୋରେଷ୍ଟ ର ପ୍ରଦୀପ କୁମାର ଜେନାଙ୍କୁ ଫୋନ ମଧ୍ୟରେ ଯୋଗା ଯୋଗ କରିବାରୁ ଫୋନ ଉଠେଇ ନଥିବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ସରକାର ବନ ବିଭାଗ ପକ୍ଷରୁ ବିଭିନ୍ନ ସଂଗଠନ ମଧ୍ୟରେ ସ୍ବେଛାସେବୀ ସଂଗଠନ ବାରମ୍ବାର ସଚେତନତା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ସଫଳତା ମିଳୁନାହିଁ, ଏବେ ମଧ୍ୟ ଅନେକ ବନବାସୀ ଜଙ୍ଗଲ ଜମି ଜବର ଦଖଲ କରି ମକା, କାଜୁ, କାନ୍ଦୁଲ, ମାଣ୍ଡିଆ କୋଷଲା ଆଦି ଶସ୍ୟ ଉତ୍ପାଦନ ପାଇଁ ଜଙ୍ଗଲ କୁ ନିଆଁ ଲଗାଇ ପଡ଼ୁ ଚାଷ କରି ଚାଲିଛନ୍ତି, ଏହି ପଡୁଚାଷ କରୁଥିବା ବନବାସୀଙ୍କ ପ୍ରତି ବନ ବିଭାଗ କୌଣସି କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରୁନଥିବାରୁ ଦିନକୁ ଦିନ ପୋଡୁ ଚାଷ ବୃଦ୍ଧି ପାଉଛି, ଏହା ସହ ଜଙ୍ଗଲ ଜାଲେଣୀ ସଂଗ୍ରହ ବେଳେ ଲୋକଙ୍କ ଆସାବଧାନତା ବଶତଃ ବିଡି ନିଆଁରେ ଜଙ୍ଗଲ ଜଳି ଯାଉଛି, ଏହି ସବୁ ପ୍ରତି ବନ ବିଭାଗ ଗୁରୁତ୍ୱ ଦେଇ ନଥିବାରୁ ଜଟିଳ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପଟେ ଜଙ୍ଗଲ କ୍ଷୟକ୍ଷତି ଯୋଗୁଁ ଦୂଷିତ ହୋଇ ଆଗାମୀ ଦିନରେ ପରିବେଶ ପ୍ରତି ବିପଦ ସୃଷ୍ଟି ହୋଇପାରେ। ବିଭାଗ ପକ୍ଷରୁ ପାହାଡ଼ ତଳ ଅଞ୍ଚଳରେ ଥିବା ଗାଁ ଗୁଡିକରେ ଗଠିତ ହୋଇଥିବା ବନ ସୁରକ୍ଷା ସେମିତି ଟିମ୍ ମଧ୍ୟ ଚୂପ ରହୁଛନ୍ତି, ଅନ୍ୟପଟେ ବନ ବିଭାଗ ସେମାନଙ୍କୁ କାର୍ଯ୍ୟକ୍ଷେମ କରିବାକୁ ଗୁରୁତ୍ୱ ଦେଉ ଦେଉନଥିବା ଅନୁମାନ କରାଯାଉଛି।
