କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ସମଗ୍ର ବ୍ରାହ୍ମଣ ସମାଜର ପ୍ରତିଷ୍ଠାତା ତଥା ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ମହା ଆଡ଼ମ୍ବରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଉତ୍ସବ ପାଇଁ କେସିଙ୍ଗା ବ୍ରାହ୍ମଣ ସମାଜ ପକ୍ଷରୁ ୧୫ ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ କରାଯାଇ ରୂପରେଖ ଚୂଡାନ୍ତ କରାଯାଇଥିଲା। ପ୍ରସ୍ତୁତି ଅନୁଯାୟୀ ରବିବାର ଦିନ ଅପରାହ୍ନ ୪ ଘଣ୍ଟା ସମୟରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ରୁ ପାରମ୍ପାରିକ ବ୍ରାହ୍ମଣ ବେଶଭୂଷା ରେ ଏକ ବିରାଟ ଶୋଭାଯାତ୍ରା ବାଜା, ଖଞ୍ଜଣି, ଘଣ୍ଟ, ଶଙ୍ଖ ଧ୍ୱନିରେ ସହର ପରିକ୍ରମା କରି ସ୍ଥାନୀୟ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଜଗନ୍ନାଥ ସ୍କୁଏର ପର୍ଯ୍ୟନ୍ତ ଆସି ଶେଷ ହୋଇଥିଲା। କେସିଙ୍ଗା ସହରରେ ଶୋଭାଯାତ୍ରା ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ଥାନେ ସ୍ଥାନେ ଥଣ୍ଡା ପାନୀୟ ଜଳ, ସରବତ ବଣ୍ଟନ କରାଯାଇ ଥିଲା। ଉକ୍ତ ଶୋଭାଯାତ୍ରା ରେ କେସିଙ୍ଗା ବ୍ୟତୀତ ଆଖ ପାଖ ଅଞ୍ଚଳରୁ ଅନେକ ବ୍ରାହ୍ମଣ ପରିବାର ଯୋଗ ଦେଇ ନିଜ ସମାଜ ର ଏକତା ର ପରିଚୟ ପ୍ରଦାନ କରିଥିଲେ। ପରେ ଜଗନ୍ନାଥ ସ୍କୁଏର ଏକ କାର୍ଯ୍ୟକ୍ରମ ସହିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମସ୍ତ ବ୍ରାହ୍ମଣ ପରିବାର ପାଇଁ ପ୍ରସାଦ ବଣ୍ଟନର ସୁବ୍ୟବସ୍ଥା କରାଯାଇଥିଲା। ଏଥିରେ କେସିଙ୍ଗା ବ୍ରାହ୍ମଣ ସମାଜ ର ସଭାପତି ପ୍ରଦୀପ କୁମାର ରଥ, ପର୍ଶୁରାମ ପାଢ଼ୀ, ଲଳିତ ଶର୍ମା,ଜଗଦୀଶ ଖାଡ଼ଙ୍ଗା, ବସନ୍ତ ପୁରୋହିତ, ରାଜେନ୍ଦ୍ର କୁମାର ରଥ, ରବି ନନ୍ଦ, ସନ୍ତୋଷ ଦାସ, ରଞ୍ଜନ ପାଢ଼ୀ, ପ୍ରମୁଖ ଉପସ୍ଥିତ ଥିଲେ।
