ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ସରକାରୀ କୃଷୀ ଫର୍ମ କାର୍ଯ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅକ୍ଷିମୁଠି ଓ ଭୂମି ପୂଜନ କାର୍ଯ୍ୟକ୍ରମ ଶୁଭ ଉଦଘାଟନ ଅନୁଷ୍ଟିତ ହୋଇଯାଇଛି। ଏହି କ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବିଷମକଟକ ବିଧାୟକ ନୀଳ ମାଧବ ହିକକା ମନ୍ତବ୍ୟ ଦେଇ ଚାଷୀ ମାନେ କେମିତି ଉପକୃତ ହୋଇ ପାରିବେ ଆମ ଚେଷ୍ଟା ଜାରି ରଖିବୁ ବୋଲି କହିଛନ୍ତି। ସମ୍ମାନିତ ଅତିଥି ଭାବେ ସତନ୍ତ୍ର ଉନ୍ନୟନ ଅଧକ୍ଷ ବିଦ୍ୟାଧର ଶବର, ଉପାଦକ୍ଷା ମଞ୍ଜୁଳା ମିଣିଆକା, ଜିଲ୍ଲା ସୁଚନା ଅଧିକାରୀ ବସନ୍ତ କୁମାର ପ୍ରଧାନ, ମୁଖ୍ୟ ଜିଲ୍ଲା କୃଷୀ ଅଧିକାରୀ ଏସକେ ଏହେଶନ୍, ବ୍ଲକ କୃଷୀ ଅଧିକାରୀ ସୁଜିତ୍ କୁମାର ପାଢ଼ୀ ପରିଚାଳନା କରିଥିବା ସହ ବ୍ଲକର ସମସ୍ତ ବରିଷ୍ଟ ଚାଷୀ ମାନେ ଉପସ୍ଥିତ ରହିଥିଲେ।
