ଆମପାଣି ଘାଟିରେ ଦୁର୍ଘଟଣା ; ଜଣେ ଗୁରୁତର

କୋକସରା/ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର  : କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଆମପାଣି ଘାଟି ରାସ୍ତାରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍-ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ହେଲେ ଭବାନୀପାଟଣାର ସୁଭେନ୍ଦୁ କୁମାର ରାଉତ (୪୦) ବୋଲି ଜଣାପଡ଼ିଛି। ସେ’ ନବରଙ୍ଗପୁର ଜିଲ୍ଲା ଝାଳିଆଗୁଡାରୁ ଏକ ବିବାହ କାର୍ଯ୍ୟରେ ଦେଇ ଶ୍ବଶୁର ଘର କଳାହାଣ୍ଡି ଜିଲ୍ଲା ଜୟପାଟଣାକୁ ଫେରୁଥିଲେ। ଏହି ସମୟରେ ଆମପାଣି ଘାଟି ରାସ୍ତାର ଟାଙ୍ଗରାପଖା ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହିତ ତାଙ୍କ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଫଳରେ ସୁଭେନ୍ଦୁ ରାସ୍ତାରେ ଗୁରୁତର ହୋଇପଡ଼ିଥିଲେ। ଏହାଦେଖି ରାସ୍ତାରେ ଯାତାୟାତ କରୁଥିବା ଓ ସ୍ଥାନୀୟ କିଛି ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଶୁଭେନ୍ଦୁ ଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ମୈଦଲପୁର ଥାନାରେ ଅଟକ ରଖା ଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *