ମାଟି, ମା’ ଓ ମହିଳାଙ୍କ ସମ୍ମାନ ପାଇଁ ବିଜେଡିର  ଶୋଭାଯାତ୍ରା

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ମାଟି, ମା’ ଓ ମହିଳାଙ୍କ ସମ୍ମାନ ସୁରକ୍ଷା ଦାବିରେ ଆଜି ରାୟଗଡ଼ ସହରରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ସଭାଯାତ୍ରା ସ୍ଥାନୀୟ ଗଜପତି ଛକ ରୁ ଆରମ୍ବ ହୋଇଥିଲା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଅନୁସୟା ମାଝିଙ୍କ ତତ୍ତ୍ୱାବଧାନରେ ଶତାଧିକ ମହିଳା କର୍ମୀ ଓ ଦଳୀୟ ନେତା-କର୍ମୀ ସାମିଲ ହୋଇଥିଲେ। ଗଜପତି ଛକରୁ ବାହାରିଥିବା ଏହି ଶୋଭାଯାତ୍ରା ମୁଖ୍ୟରାସ୍ତା ଦେଇ ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ବର୍ତ୍ତମାନର ବିଜେପି ଶାସନରେ ରାଜ୍ୟରେ ବଢ଼ିଚାଲିଥିବା ମହିଳା ହତ୍ୟା, ନିର୍ଯାତନା ଓ ଜନବିରୋଧୀ ନୀତି ବିରୋଧରେ ବିଜେଡି ତୀବ୍ର ପ୍ରତିବାଦ କରିଛି। ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ’ ଡବଲ ଇଞ୍ଜିନ ସରକାରରେ ମହିଳାମାନେ ଅସୁରକ୍ଷିତ ଅନୁଭବ କରୁଛନ୍ତି ବୋଲି ସୁଧୀର ଦାସ କହିଥିଲେ। ସଭାଯାତ୍ରା ଶେଷରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଏକ ଦାବିପତ୍ର ଅତିରିକ୍ତ ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ। ଦାବିପତ୍ରରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଜନବିରୋଧୀ ନୀତି ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ବିଜୁ ଓ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମହିଳା ସଶକ୍ତୀକରଣ ପାଇଁ ବିଜେଡି ସର୍ବଦା ଲଢ଼ିବ ବୋଲି ଜିଲ୍ଲା ସଭାପତି ଜଗନ୍ନାଥ ସାରକା କହିଛନ୍ତି। କାର୍ଯ୍ୟକ୍ରମରେ ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି ଗୌରୀ ସଂକର ରାଓ, ଜ଼ିଲ୍ଲା ବିଜେଡି ଉପସଭାପତି ଇପିଲି ଧବଳେଶ୍ୱର ନାଇଡ଼ୁ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜଗଦୀଶ ପାତ୍ର, ବୋନି ପଟ୍ଟନାୟକ, ସନ୍ତୋଷ ପାତ୍ର, ଶୁଭ୍ରା ପୋଣ୍ଡ୍ସ, ସରସ୍ବତୀ ମାଝୀ,ଜିଲ୍ଲାର ସମସ୍ତ ବ୍ଲକରୁ ହଜାର ହଜାର ମହିଳା ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ କୁ ପୋନ୍ତୁରୁ ମଣିରତ୍ନମ ଓ ବିନାୟକ ପୋଲାଈ ସୁଚାର ରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *