ପାନୀୟଜଳ ସମସ୍ୟା ନେଇ ରାସ୍ତା ଅବରୋଧ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ବାଗଗୁଡା ଗାଁରେ ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ଆନ୍ଦୋଳନ। ବଗାଗୁଡା ଗାଁରେ ମାତ୍ର ୧୧ ଘର ବସ ବାସ କରୁଥିବାବେଳେ ଦୀର୍ଘଦିନ ଧରି ବିଶୁଦ୍ଧ ପାନୀୟ ଜଳ ପାଇଁ ଡହକ ବିକଳ ହେଉଛନ୍ତି। ଆଜି ବାଧ୍ୟ ହୋଇ ଗାଁର ମହିଳା ଓ ପୁରୁଷ ଏକତ୍ରିତ ହୋଇ କଲ୍ୟାଣସିଂହପୁର, କଳାହାଣ୍ଡି ସୀମାନ୍ତ ରାସ୍ତା ଗୁଣ୍ଡୁରୀଗୁଡ଼ା ଛକରେ ଗ୍ରାମର ସମସ୍ତେ ରାସ୍ତା ଉପରେ ହାଣ୍ଡି ଗୋରାରେ ନଦୀ ପାଣି ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାନ ବାହାନ ଚଳା ଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିବା ବେଳେ ବ୍ଲକ ପ୍ରଶାସନ ତରଫରୁ ଜିପିଓ ସ୍ୱତମ ପ୍ରଧାନ ଘଟଣା ସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରି ବାଗଗୁଡା ଗାଁ ଯାଇ କୁ ପାନୀୟ ଜଳର ସମସ୍ୟା ଉପରେ ଦେଖି ବୁଝିଥିଲେ।

Leave a Reply

Your email address will not be published. Required fields are marked *