କେସିଙ୍ଗାରେ ସାଂସଦ ମାଳବିକା ଦେବୀ : ଟ୍ରେନ ଚଳାଚଳ ଘୋଷଣା ପରେ ବିଜେପି କର୍ମୀଙ୍କ ସହ ଚାଏ ପେ ଚର୍ଚ୍ଚା

କେସିଙ୍ଗା/ କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗାବାସୀ ଙ୍କ ଦଶନ୍ଧି ର ବ ସ୍ୱପ୍ନ କେସିଙ୍ଗା ରୁ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ ଆସନ୍ତା କିଛି ଦିନରେ ପୂରଣ ହେବ ବୋଲି ଘୋଷଣା କରାଯାଇଛି। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚାଲିବ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ। କେନ୍ଦ୍ର ରେଳ ମନ୍ତ୍ରାଳୟ ଏହାକୁ ଅନୁମୋଦନ ଦେଇଛନ୍ତି। ଏହି ଟ୍ରେନଟି ପୁରୀରୁ ସମ୍ବଲପୁର, ଟିଟିଲାଗଡ, କେସିଙ୍ଗା ହୋଇ ସପ୍ତାହକୁ ତିନି ଥର ଚାଲିବ। ଟ୍ରେନ ନମ୍ବର ୧୮୪୦୭ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଏବଂ ଟ୍ରେନ ନମ୍ବର ୧୮୪୦୮ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ବାହାରିବ। ଏହି ଅବସରରେ ସ୍ଥାନୀୟ ପଶୁଡ଼ାକ୍ତର ଖାନା ଛକ ଠାରେ କେସିଙ୍ଗା ନଗର ବିଜେପି ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ଵରେ ଏକ ଚାଏ ପେ ଚର୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଓ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ ସାମିଲ ହେଇଥିଲେ। ନୂତନ ଟ୍ରେନ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଥିଲେ ସାଂସଦ ମହୋଦୟା। ପରେ ପୂର୍ବତନ ନଗର ସଭାପତି ବିର୍ଦ୍ଧି ଜୈନ ଙ୍କ କୋଣାର୍କ ସୂତାକଳ ପ୍ରସଙ୍ଗରେ ଉତ୍ତର ରେ ସାଂସଦ ମହୋଦୟା ଅତି ଶୀଘ୍ର କୋଣାର୍କ କପାମିଲ ର ପୁନଃଉଦ୍ଧାର ହେବ ବୋଲି ଉତ୍ତର ରଖିଥିଲେ। ପରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ନିଜ ଅଭିଭାଷଣରେ କେସିଙ୍ଗା ନଗର ସମସ୍ତ ସଂଗଠନ ଓ କେସିଙ୍ଗା ବାସୀ ଙ୍କ ପ୍ରଚେଷ୍ଟା ରେ ହିଁ ଆଜି ଏହି ଖୁସି ଦିନ ଆସିଛି ବୋଲି କହିଥିଲେ। ଶେଷରେ ବିଜେପି ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ନମିତା ରାଣୀ ସାହୁ କେସିଙ୍ଗା ବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଲେ। ଏହିକାର୍ଯ୍ୟକ୍ରମ କୁ ବିଜେପି ଟାଉନ ସମ୍ପାଦକ ଯୁଗଳକିଶୋର ଦୀପ ସଞ୍ଚାଳନ କରିଥିବା ବେଳେ କେସିଙ୍ଗା ନଗର ତଥା କେସିଙ୍ଗା ବ୍ଲକ ର ସମସ୍ତ ବିଜେପି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *