ବଲାଙ୍ଗିର/କାନ୍ତିକ୍ଷେତ୍ର : ନିଟ ପରୀକ୍ଷାରେ ଘଟିଥିବା ପେପର ଲିକ ଓ ସରକାରଙ୍କ ଅପାରଗତା ବିରୋଧରେ ଆଜି ବଲାଙ୍ଗୀର ଆମ ଆଦମୀ ପାର୍ଟି ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଦେଶର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷା ନିଟରେ ହୋଇଥିବା ପେପର ଲିକ ଘଟଣା ଦେଶର ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ୍କୁ ଅନ୍ଧକାରରେ ପକାଇ ଦେଇଛି। ଏହା ଶିକ୍ଷା ବ୍ୟବସ୍ଥାର ନିଷ୍ପକ୍ଷତା ଓ ପ୍ରତିଶ୍ରୁତି ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। କାରଣ ଏହି ସରକାର ସମୟରେ ଏଭଳି ଘଟଣା ପ୍ରଥମ ନୁହଁ ଅନେକ ଥର ବିଭିନ୍ନ ପରୀକ୍ଷାର ବିଭିନ୍ନ ପେପର ଲିକ ହୋଇଛି। ଖାସକରି କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ରେ ୨୦୨୧, ୨୦୨୪ ଓ ୨୦୨୬ରେ ଅନେକ ପେପର ଲିକ ହୋଇଛି। ତେଣୁ ଏ ସରକାର ପରୀକ୍ଷ୍ କରିବାରେ ମଧ୍ୟ ଆସକ୍ଷମ ବାରମ୍ବାର ପେପର ଲିକ ହେଉଛି ଏଥି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦାୟୀ ଏବଂ ସରକାର ଦାୟୀ ତେଣୁ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଙ୍କୁ ପଦ ରୁ ବହିଷ୍କାର କରିବା ଉଚିତ। ଏହିପରି ଘଟଣାକୁ ରୋକିବାରେ ସରକାର ବାରମ୍ବାର ବିଫଳ ହୋଇଥିବାରୁ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ମନୋବେଦନା ଓ ଅନିଶ୍ଚିତତାରେ ଅଛନ୍ତି। ଆମେ ଏହାକୁ ବିଜେପି ସରକାର ଡବଲ ଇଂଜିନ ସରକାର ର ବୃହତ ଅପାରକତା ଭାବେ ଦେଖୁଛୁ ବୋଲି ଜିଲ୍ଲା ସଭାପତି ପ୍ରକାଶ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଆପ୍ ବଲାଙ୍ଗୀର ୟୁଥ ବିଙ୍ଗ ଇନଚାର୍ଜ ରମାକାନ୍ତ ବେହେରା, ବଲାଙ୍ଗୀର ବିଧାନସଭା ଜୋଇଁଣ୍ଟ ସେକ୍ରେଟାରୀ କାଁହୁ କରଣ, ଲୋଇସିଂହା ବିଧାନସଭା ଜୋଇଁଣ୍ଟ ସେକ୍ରେଟାରୀ ପଙ୍କଜ ସାହୁ, ଆପ୍ ବଲାଙ୍ଗୀର ର ସକ୍ରିୟ ସଦସ୍ୟ ଓକିଲ ପ୍ରମୋଦ ବହିଦାର ଦେଓଗାଁ ବ୍ଲକ ଜୋଇଁଣ୍ଟ ସେକ୍ରେଟାରୀ ବାଳକୃଷ୍ଣ ନାଏକ, ବଲାଙ୍ଗୀର ବ୍ଲକ ର ସୁନ୍ଦର ରାଇ ଏବଂ ଆହୁରି ପାର୍ଟି ର ସକ୍ରିୟ ସଦସ୍ୟ, ସୁମନ୍ତ ବାଗ, ପ୍ରଦିପ ନାଗ, ଦିପେଶ ଝଙ୍କାର, ରାଧାମୋହନ ମାଝୀ ଆଦି ଉପସ୍ଥିତ ରହି କେନ୍ଦ୍ର ସରକାର କୁ ଦୃଢ ନିନ୍ଦା କରିଥିଲେ।

