ବିଦ୍ୟୁତ ସାର୍ଟ ସର୍କିଟରେ ଘରେ ଲାଗିଲା ନିଆଁ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡା ଜିଲ୍ଲା କୋଲନରା ବ୍ଲକ ଯେକେପୁର ସ୍ଥିତ ବିଶି ରୋଡ଼ ନୂଆପୋଲି ଦ୍ୱତୀୟ ଲାଇନରେ ରହୁଥିବା ପ୍ରମୋଦ କୁମାର ପ୍ରଧାନଙ୍କ ଘରେ ବିଦ୍ୟୁତ ସାର୍ଟ ସର୍କିଟରେ ନିଆଁ ଲାଗି ଥିବା ଜଣାପଡିଛି। ସୂଚନା ମୁତାବକ ସାବିତ୍ରୀବ୍ରତ ପାଳନ ନିମନ୍ତେ ସହ ପରିବାର ସହ ରାୟଗଡା ସାନ ଭାଇ ଘରକୁ ଯାଇଥିଲେ। ଦିନ ପ୍ରାୟ ୧୧ ଘଣ୍ଟିକା ସମୟରେ ଘରେ ନିଆଁ ଲାଗିଯାଇଥିଲା, ଖବର ପାଇ ଘର ଲୋକେ ପଞ୍ଚିବା ସମୟରେ ଜାଣିବାକୁ ପାଇଲେ ଯେ ବିଦ୍ୟୁତ ସାର୍ଟ ସର୍କିଟରେ ନିଆଁ ଲାଗିଯାଇଥିଲା। ନିଆଁ ର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ନିଆଁ କୁ ଲିଭେଇବାର ବହୁ କଷ୍ଟକର ହୋଇ ପଡ଼ିଥିଲେ। ଘର ର ସମସ୍ତ ସାମଗ୍ରୀ ଆସବାପତ୍ର, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜଳି ପାଉଁଶ ହୋଇ ଯାଇଥିଲା। ସାଙ୍ଗେ ସାଙ୍ଗେ ଅଗ୍ନିଶମ ବାହିନୀ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ। ଅଗ୍ନି କାଣ୍ଡରେ ପ୍ରାୟ ୫ ଲକ୍ଷ ରୁ ୭ ଲକ୍ଷ ଟଙ୍କା ର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବା ପରିବାର ଲୋକେ କହିଥିବା ଜଣାପଡିଛି। ଏହାର ତଦନ୍ତ କରି କ୍ଷତି ପୂରଣ ଦିଆ ଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *