ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କୀଟ, କିସ୍ ଓ କିମ୍ସର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଜୀବନ ଦର୍ଶନ “ଆର୍ଟ ଅଫ ଗିଭିଂ” ଅର୍ଥାତ୍ “ଦେବାର କଳା” କାର୍ଯକ୍ରମ ମ. ରାମପୁର ବ୍ଲକ ସ୍ଥିତ ଦୁର୍ଗା ମାଧବ ଉଚ୍ଚ ବିଦ୍ୟାପୀଠ ପରିସରରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏ ବର୍ଷର ଥିମ “ସେୟାର ଟୁ ସାଇନ୍” ରହିଥିବାବେଳେ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ , ସମ୍ମାନୀତ ଅତିଥି ଭାବରେ ସତ୍ୟ ପଟ୍ଟନାୟକ (ସମ୍ପାଦକ ସେବା ଜଗତ), ସାମ୍ବାଦିକ କମ୍ଭୁପାଣି ମିଶ୍ର, ସୁଜାତା ଆଚାରୀ (ଦୁର୍ଗାମାଧବ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ), ନନ୍ଦକିଶୋର ପାତ୍ର, (ଓ.ଏ.ସ) ସମାଜସେବୀ ତଥା ସାମ୍ବାଦିକ ଉଦ୍ଧବ ପଣ୍ଡା, ସମାଜସେବୀ ତଥା ଆଇନଜୀବୀ ସତ୍ୟନାରାୟଣ ସାହୁ, ଆଇନଜୀବୀ ବିଜୟ କୁମାର ମହାକୁଡ଼ ପ୍ରମୁଖ ଯୋଗଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ମୁଖ୍ୟ ଅତିଥି ଦ୍ବାରା କାର୍ଯ୍ୟ କ୍ରମକୁ ଉଦଘାଟନ କରିଥିଲେ। ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧିତ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥି ମାନେ ଡଃ ସାମନ୍ତଙ୍କ ମହାକାର୍ଯ୍ୟ କୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମକୁ ଆହୁରି ମହନୀୟ କରିଥିଲେ। କିସ୍ ଅନୁଷ୍ଠାନ ର କୋର୍ ଗାର୍ଡିଆନ୍ ଦ୍ରୋଣାଚାର୍ଯ୍ୟ ପାତ୍ର ସ୍ବାଗତ ଅଭିଭାଷଣ ଦେଇଥିବାବେଳେ ପୂର୍ବତନ ଛାତ୍ର ନୀଳାମ୍ବର ପାତ୍ର ଆର୍ଟ ଅଫ ଗିଭିଂ ବିଷୟରେ ବିଶଦ ଭାବରେ ଧାରଣା ଦେଇଥିଲେ। କାର୍ଯକ୍ରମ ମଧ୍ୟରେ ଛାତ୍ରୀ ମାନଙ୍କ ଆକର୍ଷଣୀୟ ନୃତ୍ୟ ପରିବେଶକୁ ଆହୁରି ଆକର୍ଷଣ କରିଥିଲା। ଏ ଅବସରରେ ପୂର୍ବତନ ଛାତ୍ର କୁଳମଣି ପାତ୍ର,ଗୌରଚନ୍ଦ୍ର ମାଝୀ, ତଥା ଅନ୍ୟାନ୍ୟ ସମାଜ ସେବୀ ଓ କଳାକାର ମାନଙ୍କୁ ସମ୍ମାନୀତ କରାଯାଇଥିଲା। ହାସ୍ୟକବି ସୁଶାନ୍ତ ମିଶ୍ର ଙ୍କ କଳା ପ୍ରଦର୍ଶନ ରେ ସମସ୍ତଙ୍କ ମୁହଁ ରେ ହସର ଜୁଆର ଫୁଟି ଆସିଥିଲା। ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସିଂଦେଓ ଡ ଅଚ୍ୟୁତ ସାମନ୍ତଙ୍କ ଆଦିବାସୀଙ୍କ ପ୍ରତି କରିଥିବା ଅନନ୍ୟ ସେବା ପାଇଁ ବହୁ ପ୍ରଶଂସା କରି କଳାହାଣ୍ଡି ରେ କିସ ର ପୂର୍ବତନ ଛାତ୍ର ଛାତ୍ରୀଙ୍କ ସଫଳତା ତଥା ଜିଲ୍ଲା ର ବିଭିନ୍ନ କ୍ଷେତ୍ରରେ ଚାକିରୀରେ ନିଯୁକ୍ତି ଆଦିବାସୀଙ୍କ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି ଉଦବୋଧନ ଦେଇଥିଲେ। ଉପସ୍ଥିତ ସମ୍ମାନୀତ ଅତିଥି ବୃନ୍ଦ ଅଚ୍ୟୁତ ସାମନ୍ତ ଙ୍କ “ଆର୍ଟ ‘ଅଫ ଗିଭିଙ୍ଗ” କାର୍ଯକ୍ରମ କୁ ସମାଜ ପାଇଁ ନିହାତି ପ୍ରେରଣାଦାୟୀ ବୋଲି ବକ୍ତବ୍ୟ ଦେଇଥିଲେ। ୨୦୦ ରୁ ଉର୍ଦ୍ଧ୍ବ ଅଭିଭାବକ ଓ ଛାତ୍ର ଛାତ୍ରୀ ଏ ଉତ୍ସବ ରେ ଯୋଗ ଦେଇଥିଲେ। କୋର୍ ଗାର୍ଡିଆନ୍ ନିରାକାର ପାତ୍ର ଧନ୍ୟବାଦ୍ ଅର୍ପଣ ଦେଇଥିବାବେଳେ କିସ୍ ର ଶିକ୍ଷକ କ୍ଷୀରସିନ୍ଧୁ ସାହୁ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ସମସ୍ତ ଙ୍କ ପାଇଁ ଥଣ୍ଡାଜଳ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା ପରେ କାର୍ଯକ୍ରମ ପରିସମାପ୍ତି ହୋଇଥିଲା। ଏ କାର୍ଯକ୍ରମ ଭାରତ ସମେତ ବିଶ୍ଵ ର ବହୁ ସ୍ଥାନରେ ପାଳିତ ହୋଇ ଯାଇଛି।

