ବିତନା ଓ ଚଷାଖଣ୍ଡରେ ବିଜେପି ମହିଳା ମୋର୍ଚ୍ଚାର ଜନଆକ୍ରୋଶ ସମାବେଶ ଓ ପଦଯାତ୍ରା

ଯାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦୀପ କୁମାର ମଲ୍ଲିକ) : ନାରୀଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ବିଲ୍) ପ୍ରସଙ୍ଗକୁ ନେଇ ସାରା ଦେଶରେ ବିଜେପି ପକ୍ଷରୁ ଜନଆକ୍ରୋଶ ମହିଳା ସମାବେଶ ଓ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ, ଯାଜପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଂଝାରପୁର ମଣ୍ଡଳ ଅଞ୍ଚଳରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବ୍ୟାପକ ସମାବେଶ ଓ ପଦଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ଶତାଧିକ ମହିଳାଙ୍କ ସକ୍ରିୟ ଯୋଗଦାନ ଦେଖିବାକୁ ମିଳିଥିଲା। ସମାବେଶରେ ଯୋଗଦେଇଥିବା ମହିଳାମାନେ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳଙ୍କ ନୀତି ଓ ଭୂମିକାକୁ ନେଇ ନାରାବାଜି କରିଥିଲେ। କେନ୍ଦ୍ର ସରକାରଙ୍କ “ନାରୀଶକ୍ତି ବନ୍ଦନ ଅଧିନିୟମ”କୁ ବିରୋଧ କରାଯାଉଥିବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତୀବ୍ର ପ୍ରତିବାଦ ପ୍ରକାଶ ପାଇଥିଲା। ବିତନାରୁ ଆରମ୍ଭ ହୋଇଥିବା ପଦଯାତ୍ରା ପ୍ରୀତିପୁର ଛକ ଓ ଚଷାଖଣ୍ଡ ରୁ ଆରମ୍ଭ ହୋଇଥିବା ପଦଯାତ୍ରା ଛତ୍ରପଡ଼ା ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ପଦଯାତ୍ରା ସମୟରେ ମହିଳାମାନେ ବ୍ୟାନର ଓ ପ୍ଲାକାର୍ଡ ଧାରଣ କରି ନାରୀ ସଶକ୍ତିକରଣ ପକ୍ଷରେ ସ୍ୱର ଉତ୍ତୋଳନ କରିଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ମହିଳା ସୁରକ୍ଷା, ସ୍ୱାବଳମ୍ବନ ଓ ରାଜନୈତିକ ସଶକ୍ତିକରଣ ନୀତିକୁ ସମର୍ଥନ କରାଯାଇଥିଲା। ସମାବେଶରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ବବିତା ମଲ୍ଲିକ, ବରିଷ୍ଠ ନେତା ନିରଂଜନ ବେହୁରିଆ, ଯୁବ ମୋର୍ଚ୍ଚା ସଭାପତି ସୁନୀଲ କୁମାର ସାହୁ, ମଣ୍ଡଳ ସଭାପତି ଶ୍ରୀଧର ଜେନା, ଶାନ୍ତିଲତା ମିଶ୍ର, ନମିତା ନାୟକ, ମଞ୍ଜୁଲତା ପଣ୍ଡା, ଶସ୍ମିତା ବେହେରା, ଚିନ୍ମୟୀ ପାଣ୍ଡବ ଓ ମାନିନୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ନାରୀ ଅଧିକାର, ସମ୍ମାନ ଓ ସଶକ୍ତିକରଣର ବାର୍ତ୍ତା ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *