ତମ୍ବାତାର ଚୋରକୁ ଧରିଲା ପୋଲିସ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ସପ୍ତାହ ତଳେ କେସିଙ୍ଗା ତେଲ ନଦୀ ତୁଠରେ ଥିବା ବେଦାନ୍ତ ଆଲୁମିନା କମ୍ପାନୀ ପମ୍ପ ହାଉସ ର ବିଦ୍ୟୁତ୍ ସବ ଷ୍ଟେସନ ରେ ଥିବା ତିନି ଗୋଟି ଟ୍ରାନ୍ସଫାର୍ମର ରୁ ତମ୍ବା ତାର ଚୋରି ହୋଇଥିବା ଉକ୍ତ ପମ୍ପ ହାଉସ ର କେୟାରଟେକର ଗତ ୧୫ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେସିଙ୍ଗା ପୋଲିସ ଏହାକୁ ଗୁରୁତର ସହିତ ନେଇ ତନାଘନା ଆରମ୍ଭ କରିଥିଲା। ତୁହାକୁ ତୁହା ଗାଡ଼ି ଚେକିଙ୍ଗ ସହିତ ଜୋର୍ ସୋରରେ ତଦନ୍ତ ଆରମ୍ଭ କରି ମଙ୍ଗଳବାର ଦିନ ଛତିଶଗଡ ନମ୍ବର ଥିବା ଟାଟା ଛୋଟାହାତୀ ଗାଡ଼ି କୁ ଚେକିଂ କରିବା ସମୟରେ ଗାଡ଼ି ଭିତରେ ତମ୍ବାତାର ଯାଉଥିବା ଦେଖିବାକୁ ପାଇ ଗାଡ଼ିକୁ ସିଜ୍ କରି କେସିଙ୍ଗା ଥାନାକୁ ଆଣି ପଚରା ଉଚରା କରିବା ସହିତ ଗାଡ଼ି ଭିତରୁ ପ୍ରାୟ ୪୮୦ କେଜି ତମ୍ବାତାର ଯାହାର ବଜାର ର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ତତ୍ ସଙ୍ଗେ ସଙ୍ଗେ ଗାଡିରୁ ପ୍ରାୟ ୨ଲକ୍ଷ ୫୦ ହଜାର ଟଙ୍କା ନଗଦ ସହ ଉକ୍ତ ଚୋରି ରେ ଜଡିତ ୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା କେସିଙ୍ଗା ପୋଲିସ ଷ୍ଟେସନ ରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି। ପୋଲିସ ଏସପିଙ୍କ ସୂଚନା ଅନୁଯାୟୀ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ତିନି ଜଣ ଛତିଶଗଡ ରାଜ୍ୟର ମହାସମୁନ୍ଦ ଅଞ୍ଚଳର ଜଣେ ଭବାନୀପାଟଣା ର ଓ ଚୋରା ତମ୍ବାତାର କିଣିବାକୁ କଥା ଦେଇଥିବା ଜଣେ ବଲାଙ୍ଗୀର ର ବୋଲି ପୋଲିସ ସ୍ପଷ୍ଟ କରିଛି। ଅଭିଯୁକ୍ତ ଚୋର ମାନେ ହେଲେ ୧- ଜିଡ୍ଡି (୨୭) ଯାହାର ଘର ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲାର ବାସନା ଗ୍ରାମ ୨ – ପକଲୁ ଦିୱାର (୨୩) ଘର ଉକ୍ତ ମହା ସମୁନ୍ଦ ଜିଲ୍ଲାର ଦେଵାରପରା ଗ୍ରାମର ୩ – ଜନ (୪୦) ମଧ୍ୟ ଉକ୍ତ ମହାସମୁନ୍ଦ ଜିଲ୍ଲା ବାଗବେହେରା ଥାନା ରାବଣଭଟା ଗ୍ରାମର ହୋଇଥିବା ବେଳେ ଚତୁର୍ଥ ଅଭିଯୁକ୍ତ ଜଣକ ଭବାନୀପାଟଣା ର ଦେବ ମାଝୀ ଓରଫ ରିଶି (୨୫) ବୋଲି ପ୍ରକାଶ କରିଛି। ସେହି ପରି ଉକ୍ତ ଚୋରି ତମ୍ବା ତାର କୁ କିଣିବାକୁ ଅଗ୍ରୀମ ୨ ଲକ୍ଷ ୫୦ ଟଙ୍କା ଦେଇଥିବା ବଲାଙ୍ଗୀର ସୁଦପଡା ର କବାଡି ମହମ୍ମଦ ଜିଲ୍ଲାନୀ (୩୪) ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ଓ ତାଙ୍କୁ ସାହାଯ୍ୟ କରିଥିବା କେସିଙ୍ଗା ଅଞ୍ଚଳର ଜଣେ ଅଭିଯୁକ୍ତ ଙ୍କ ନାମ ଆସିଥିଲେ ମଧ୍ୟ ସେ ଫେରାର ଥିବାରୁ ତାକୁ ପୋଲିସ ଧରି ପାରିନାହିଁ। ତଦନ୍ତ ଚାଲିଛି ଆଗକୁ ଆହୁରି ଚୋର ଡକାୟତ ମାନଙ୍କୁ ଧରାଯିବ ବୋଲି ପୋଲିସ କହିଛି। ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ଉପ ମଣ୍ଡଳୀୟ ପୋଲିସ ଅଧିକାରୀ ସନ୍ଦୀପ ମାଝୀ, କେସିଙ୍ଗା ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ଵାଳ ଓ କେସିଙ୍ଗା ପୋଲିସ ଷ୍ଟେସନ ର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।୧୫ ତାରିଖରେ ଅଭିଯୋଗ ୧୯ ତାରିଖରେ ଚୋରା ମାଲ ସହିତ ଚୋର ଗିରଫ ଓ ୨୦ ତାରିଖରେ ସାମ୍ବାଦିକ ସମ୍ମିଳନୀ ରେ ପର୍ଦ୍ଦାଫାଶ କରିଥିବା କେସିଙ୍ଗା ପୋଲିସ ର ସଫଳତା କୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଉଥିବା ବେଳେ ଆହୁରି ଅନେକ ଚୋରି କରିଥିବା ଚୋର ଡକାୟତ ମାନଙ୍କୁ ଯଥା ଶୀଘ୍ର ଧରିବା ପାଇଁ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *