ଜଟାବାଲ ଠାରେ ଜବର ଦଖଲ ଉଛେଦ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଆଜି ପ୍ରଶାସନ ତରଫରୁ ପାପଡାହାଣ୍ଡି ବ୍ଲକର ଜଟାବାଲ ଠାରେ ଉଛେଦ ଆରମ୍ଭ ହୋଇଛି ଉମରକୋଟ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ହେଉଥିବାରୁ ଜଟାବାଲ ଗ୍ରାମର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଦୋକାନ, ଘର ଆଦିକୁ ଉଛେଦ କରାଯାଇଛି। ପାପଡାହାଣ୍ଡି ତହସିଲଦାର ତପନ କୁମାର ନାୟକ, ଅତିରିକ୍ତ ତହସିଲଦାର ସସ୍ମିତା କୁମାରୀ ଜେନା, ଜଟାବାଲ ରାଜସ୍ୱ ନିରୀକ୍ଷକ ରାଜେଶ ଖରା, ମୋହରିଅର ଦେବୀସିଂ ଗାଣ୍ଡା ଓ ପାପଡାହାଣ୍ଡି ପୋଲିସ୍ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳା ଭାବେ ଏହି ଉଛେଦ କରାଯାଇଥିଲା। ରାସ୍ତାର ମଧ୍ୟ ଭାଗରୁ ଉଭୟ ପଟ ରୁ ପ୍ରଶସ୍ତିକରଣ ଲାଗି ଭଙ୍ଗା ଯାଇଥିଲା। ପୂର୍ବରୁ ୩୦ ତାରିଖ ମଧ୍ୟରେ ଖାଲି କରିବା ଲାଗି ପ୍ରଶାସନ ତରଫରୁ ନୋଟିସ ଜାରି କରାଯାଇଥିଲା। ପରେ ସାତ ଦିନ ମଧ୍ୟରେ ଖାଲି କରିବା ଲାଗି ନୋଟିସ ହୋଇଥିଲା। ଏହା ନ ଶୁଣିବାରୁ ବୁଲଡ଼ଜର ଲଗାଇ ଉଛେଦ କରାଯାଇଥିଲା। ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଦୋକାନ ଓ ଘର ଉଛେଦ କରାଯାଇଛି। ଉଛେଦକୁ ଶାନ୍ତି ପୂର୍ଣ୍ଣ ଭାବେ ଗ୍ରାମବାସୀ ସହଯୋଗ କରିଥିଲେ। ତେବେ ଦୋକାନ ଉଛେଦ ପରେ ବହୁ ଦୋକାନୀ ଚିନ୍ତାରେ ପଡିଯାଇଛନ୍ତି। ସେଥିରୁ ସେମାନଙ୍କ ପରିବାର ଚାଲୁଥିଲା। ପ୍ରଶାସନ ତରଫରୁ ସହାୟତା ଲାଗି ଗ୍ରାମବାସୀ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *