ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କୁ ଆଦିବାସୀ ସଂଘ ତରଫରୁ ସମ୍ବର୍ଦ୍ଧନା

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପରିସରରେ ଥିବା ଭୀମ ଭୋଇ କନଫରେନ୍ସ ହଲଠାରେ ଆଦିବାସୀ ସଂଘ ତରଫରୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, କଳାହାଣ୍ଡି ବିଜୟ କୁମାର ଦିଶାରିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସମାରୋହରେ ସଂଘ ସଭାପତି ମନୋଜ କୁମାର ପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଦକ୍ଷିଣ ଓଡ଼ିଶା ଆଦିବାସୀ ସଂଘ ସଭାପତି ଗଙ୍ଗାଧର ମାଝୀ, ପୂର୍ବତନ ଭତରା ସମାଜ ସଭାପତି କୈଳାଶ ମାଝୀ, କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଜୋନ ୧ ଅଙ୍ଗଦ ମାଝୀ, କର୍ମଚାରୀ ସଂଘ ଜୟପାଟଣା ଆବାହକ ଲଳିତ କୁମାର ନାଏକ, ବଡକର୍ଲକୋଟ ସରପଞ୍ଚ ଚଞ୍ଚଳା ନାଏକ, ଖଳିଅଭଟା ସରପଞ୍ଚ ପୁଝାରୀ ମଞ୍ଚାସିନ ଥିଲେ। ବୈଠକରେ ସାଂଗଠାନିକ କାର୍ଯ୍ୟକଳାପ, ୨୨ ଗୋଟି ପଞ୍ଚାୟତ ରୁ ମାତ୍ର ୧୦ ଟି ପଞ୍ଚାୟତ କମିଟି ହୋଇଛି, ଅନ୍ୟ ପଞ୍ଚାୟତରେ କିପରି ଶୀଘ୍ର ହୋଇପାରିବ, ଆଦିବାସୀ ସଂଗ୍ରହାଳୟ ନିର୍ମାଣ, ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଯୋଗଦାନ, ଗ୍ରାମାଞ୍ଚଳରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇପାରିବ ତତ୍ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଦିଶାରୀ ମହୋଦୟଙ୍କୁ ଭବ୍ୟ ସ୍ଵାଗତ କରିବା ସହ ସମାଜର ଉତ୍ତର ଦାୟିତ୍ଵ ନିର୍ବାହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଖଳିଆଭଟା ଠାରେ ନିର୍ମାଣ ହେବାକୁ ଥିବା ଗୃହ କିପରି ତ୍ୱରାନ୍ୱିତ ହୋଇପାରିବ ତତସମ୍ପର୍କରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ ଲଳିତ କୁମାର ନାଏକ ସଂଯୋଜନା କରୁଥିବାବେଳେ ଆଇନଜୀବି ଗଙ୍ଗା ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *