ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ସେବାଜଗତ ଠାରେ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରେରଣାରେ “ଆର୍ଟ ଅଫ ଗିଭିଂ” ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଡ.ଅଚ୍ୟୁତ ସାମନ୍ତଙ୍କ ଜୀବନଦର୍ଶନ କୁ ଭିତ୍ତି କରି ୨୦୧୩ ମସିହାରୁ ପାଳନ ହୋଇଆସୁଥିବା ଏହି କାର୍ଯ୍ୟକ୍ରମରେ ଏ ଅଞ୍ଚଳ ର ସମାଜସେବୀ, ବରିଷ୍ଠ ବ୍ୟକ୍ତି , ସଧାରଣ ଜନତା, ଏସ.ଏଚ.ଜି,ମିଶନ ଶକ୍ତିର ମହିଳା, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅତି ଶୃଙ୍ଖଳିତ ଭାବରେ ପାଳନ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଧାକର ରଇତ ତହସିଲଦାର ମ.ରାମପୁର, ସମ୍ମାନୀତ ଅତିଥି ଭାବେ ଜୟସେନ୍ ନିଆଲ ଏବିଇଓ ସତ୍ୟନାରାୟଣ ପଟ୍ଟନାୟକ, (ପ୍ରତିଷ୍ଠାତା ସେବା ଜଗତ), ଶରତଚନ୍ଦ୍ର ଭୋଇ , ବୃନ୍ଦାବନ ନାଗ, ଧନସିଂ ମାଝୀ (ଆଦିବାସୀ ସମାଜସେବୀ) ପ୍ରମୁଖ ଅତିଥି ଉପସ୍ଥିତ ହୋଇ ଆର୍ଟ ଅଫ ଗିଭିଙ୍ଗ କାର୍ଯକ୍ରମ କୁ ମହିମାନ୍ଵୀତ କରିଥିଲେ। । ଏ ବର୍ଷ ର ଥିମ “ପଡୋଶୀଙ୍କ ପାଇଁ କିଛି ଭଲ କରିବା, ଆମେ ଖୁସିରେ ରହିବା ସହ ଆମ ପଡୋଶୀଙ୍କ ଦୁଃଖ ସୁଖ ରେ ନିଜକୁ ସାମିଲ କରିବା । ଆଦିବାସୀ ଛାତ୍ର ଛାତ୍ରୀଙ୍କ ଶିକ୍ଷାର ମାନକୁ ଉନ୍ନତ କରିବା ପାଇଁ କିସ୍ ଭଳି ଏକ ନିଶୁଳ୍କ ବିଶ୍ଵ ବିଦ୍ୟାଳୟ ରେ ପ୍ରଥମରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ପଢ଼ିବାର ସୁଯୋଗ ଓଡ଼ିଶାରେ ଗୌରବ ଆଣିଦେଇଛି। ଭୁବନେଶ୍ୱର ବ୍ୟତୀତ କଳାହାଣ୍ଡି,ବଲାଙ୍ଗୀର,ମୟୂରଭଞ୍ଜ,ଓ ବାଲେଶ୍ଵର ଠାରେ କିସ୍ ବିଦ୍ୟାଳୟ ପ୍ରତିଷ୍ଠା କରି ୩୦ ହଜାର ରୁ ଅଧିକ ଶିକ୍ଷାର୍ଥୀ ଶିକ୍ଷାଦାନ କରୁଛନ୍ତି । ଅଚ୍ୟୁତସାମନ୍ତ ଙ୍କ ଏ ନିରବଚ୍ଛିନ୍ନ ସେବା କୁ ଅତିଥିମାନେ ବ୍ୟକ୍ତ କରିବା ସହ ଡକ୍ଟର ସାମନ୍ତ ଙ୍କ ଏ ମହାନ ଉଦ୍ଦେଶ୍ୟ କୁ ଭୂୟସୀ ପ୍ରଶଂସା କରିବା ସହ ଏହି ବାର୍ତ୍ତା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ସମସ୍ତ ଙ୍କ ଭିତରେ ସାହାଯ୍ୟର ମନୋଭାବ ଉଦ୍ରେକ ହେଲେ ଏକ ସୁସ୍ଥ ସମାଜ ଗଢି ଉଠିବ ବୋଲି ବକ୍ତବ୍ୟ ରଖିଥିଲେ । କାର୍ଯକ୍ରମରେ ମ. ରାମପୁର ବ୍ଲକର ନିସ୍ୱାର୍ଥ ସେବା ପ୍ରଦାନ କରିଆସୁଥିବା ବ୍ୟକ୍ତି ବିଶେଷ ଯଥା ରୋସନାରା ମହାନ୍ତି, ସେବାଜଗତ ,ସରୋଜ ସାହୁ,ପ୍ରଶାନ୍ତ ସାହୁ ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିବା ସମେତ ସମସ୍ତ ଅତିଥି ବୃନ୍ଦଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । । ପରବର୍ତ୍ତୀ ପର୍ଯ୍ୟାୟରେ କେତେ ଜଣ ପ୍ରତିଭାଶାଳୀ ଛାତ୍ରୀ ଙ୍କ ଦ୍ଵାରା ବକ୍ତବ୍ୟ, ଗୀତ ଓ ନୃତ୍ୟ ଭଳି ମନୋରଞ୍ଜନ ପରିବେଶ ସୃଷ୍ଟିକରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି କିସ୍ ର ଆସିଷ୍ଟାଣ୍ଟ ସିଇଓ ଦୁଷ୍ମନ୍ତ କୁମାର ପାଧାନଙ୍କ ତତ୍ତ୍ଵାବଧାନରେ ଶିକ୍ଷକ କ୍ଷୀରସିନ୍ଧୁ ସାହୁ, ସଭା ପରିଚାଳନା କରିଥିବାବେଳେ ମ,ରାମପୁର ବ୍ଲକର କୋର୍ ଗାର୍ଡିଆନ୍ ଦ୍ରୋଣ ମାଝୀ ସ୍ବାଗତ ଭାଷଣ ଦେଇଥିଲେ ତାସହ , ଗୌରଚନ୍ଦ୍ର ମାଝୀ, ନିରାକାର ପାତ୍ର, ପିନ୍ଟୁ ମାଝୀ, ଜିତେନ୍ଦ୍ର ମାଝୀ, ମନୋହର ପାତ୍ର, ନୀଳମାଧବ ସାହୁ, କୌରବ ସାହୁ, ବୃନ୍ଦାବନ ମାଝି,ସାରଦା ମାଝୀ, ସସ୍ମିତା ନାଏକ, ସବିତା ଭୋଇ ଓ ଅଭିଭାବକ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମକୁ କିସର ପୂର୍ବତନ ଛାତ୍ର ସଂଘ ସଭାପତି ନୀଳାମ୍ବର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।