ନିଖୋଜ ନାବାଳିକାଙ୍କ ମୃତ ଦେହ କୂଆଁ ରୁ ଉଦ୍ଧାର ; ହତ୍ୟା ଅଭିଯୋଗ

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜାର୍ଗୀ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚୁଆଁରୁ ଉଦ୍ଧାର ହୋଇଛି ୭ ବର୍ଷର ନାବାଳିକାଙ୍କ ମୃତଦେହ। ମୃତକ ହେଲେ ଜାର୍ଗୀ ଗ୍ରାମର ମନଙ୍କ ମଳିକଙ୍କ ଝିଅ ବିୟୁଟି ମଳିକ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଗତକାଲି ଗାଁ ରେ ଏକ ବାହାଘର ଭୋଜି ଚାଲିଥିଲା। ସକାଳ ପ୍ରାୟ ୧୦ ଟା ଠାରୁ ନିଖୋଜ ଥିଲା ନାବାଳିକା ବିୟୁଟି। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ବିୟୁଟିର କୌଣସି ସନ୍ଧାନ ନପାଇବାରୁ ବାରଖମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ବାହୁବଳୀ ସୁବୁଦ୍ଧି ନିଜ ଟିମ୍ ସହ ଜାର୍ଗୀ ଗାଁ ସମେତ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ତେବେ ଆଜି ସକାଳେ ଗାଁର ଏକ ଚୁଆଁରେ ବିୟୁଟିର ଶବ ଭାସୁଥିବା ଦେଖି ପରିବାର ଲୋକେ ପୁଣି ପୋଲିସକୁ ଜଣାଇଥିଲେ। ଖବରପାଇ ଘଟଣାସ୍ଥଳରେ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ବାହୁବଳୀ ସୁବୁଦ୍ଧି ପହଁଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ୍। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୋ ଝିଅର କୌଣସି ରୋଗ ନଥିଲା, ଝିଅକୁ କେହି ଚୁଆ ଭିତରକୁ ଠେଲି ଦେଇଥିବା ଯୋଗୁଁ ତା’ର ମୃତ୍ୟୁ ଘଟିଥିବା କହିଛନ୍ତି ମୃତ ନାବାଳିକାଙ୍କ ବାପା ମନଙ୍କ ମଲ୍ଲିକ।

Leave a Reply

Your email address will not be published. Required fields are marked *