ଜାତୀୟ ରାଜପଥ ଓ ମୁଖ୍ୟ ବଜାରରେ ଶୁଖିଲା ଗଛ

ବାଲିଗୁଡା/କ୍ରାନ୍ତିକ୍ଷେତ୍ର : ବାଲିଗୁଡାର ମୁଖ୍ୟ ବଜାର ତଥା ଜାତୀୟ ରାଜପଥ କଡରେ ଏକ ଶୁଖିଲା ଆମ୍ବଗଛ ରହିଛି। ଏହିଗଛଟି ତହସିଲଦାର ଙ୍କ ବାସଭବନକୁ ଲାଗି ରହିଛି। ଏହିଗଛଟିପ୍ରାୟ ଏକବର୍ଷ ହେବ ଏହିଭଳି ଶୁଖିଲା ହୋଇ ଠିହୋଇଛି। ଗଛରୁ ଶୁଖିଲା ଡାଳ ପଡିଥାଉଛି। ବଜାରଟି ମୁଖ୍ୟ ବଜାର ହୋଇଥିବାରୁ ପ୍ରତ୍ୟେକ ଦିନ ଅନେକ ଲୋକ ଯାତାୟତ କରିଥାନ୍ତି ଓ ଏହାକୁ ଲାଗିକି ଦୋକାନମାନ ରହିଛି। କାଳବୈଶାଖିରେ ତଳଦିନେ ବାଲିଗଡାରେ ଅନେକ ଗଛପଡି ଧନଜୀବନ ନଷ୍ଟ ହୋଇଛି। ଯଦୀ ଏହି ଗଛଟି ପଡେ ତେବେ ଅନେକ ଧନଜୀବନ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି ଏହି ଗଛକୁ କାଟିବା ନିମନ୍ତେ ଗତକିଛି ମାସ ତଳେ ସ୍ଥାନୀୟ ବାସିନ୍ଦା ତହିଲଦାରଙ୍କୁ ଲିଖିତ ଆକାରରେ ଦେଇଥିଲେ । ସେହି ସମୟରେ ତହସିଲଦାର କହିଥିଲେ ବନବିଭାଗ, ଅଗ୍ନିଶମ ବାହିନୀ ଏବଂ ଏନଏସି ରେ କୁହାଯାଇଛି। କିନ୍ତୁ ଆନେକ ମାସ ହେବ ବର୍ତମାନ ସୁଧା ଗଛକୁ କାଟିବା ବ୍ୟବସ୍ଥା କରାଯାଇନାହିଁ। ଏହି ବାବଦରେ ଏନଏସି କାଯ୍ୟନିର୍ବାହୀ ବିବାକନନ୍ଦ ଦଳେଇ କହିଛନ୍ତି ଗଛକୁ କାଟିବା ନିମନ୍ତେ ଆମେ ପ୍ରସ୍ତୁତ ରହିଛୁ କିନ୍ତୁ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟିଲେ ଗଛକାଟିହେବ କିନ୍ତୁ ବର୍ତମାନ ଖରାଦିନ ହୋଇଥିବାରୁ ବିଦ୍ୟୁତ ବିଭାଗ ଲାଇନକୁ କାଟୁନାହାନ୍ତି.ସେମାନେ ଲାଇନ କାଟିଲେ ଆମେ ଗଛକୁ କାଟିଦେବୁ ବୋଲି କହିଛନ୍ତି। କିନ୍ତୁ ଘଛଟି ଯଦୀ ପଡିଯାଏ ତେବେ ଏଥିପାଇଁ ଦାୟୀ କିଏ ରହିବ ଯାହା କ୍ଷତି ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *