ଜନ ଆରୋଗ୍ୟ ସେମିତି ବୈଠକ ଅନୁଷ୍ଠିତ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆଜି ଜନ ଆରୋଗ୍ୟ ସେମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାର୍ଷିକ ୧ ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ସକାଶେ  ବ୍ୟବହାର କରିବା ପାଇଁ ଆଲୋଚନା କରାଯାଇଥିଲା। ଗର୍ଭବତୀ ମାଆ ମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ, ମାଆ ଗୃହ ପାଇଁ ଏସି ଓ ଅନ୍ୟାନ୍ୟ କାର୍ଯ୍ୟରେ ଅନୁଦାନ ଆସିଥିବା ପଇସାକୁ ବ୍ୟବହାର କରିବା ପାଇଁ ଏକ କାର୍ଯ୍ୟ ଖୋଷଢା ପ୍ରସ୍ତୁତ କରାଯାଇଥିଲା। ସ୍ବାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ କର୍ମୀଙ୍କ ଉପସ୍ଥିତି ଏବଂ ଗ୍ରାମବାସୀଙ୍କୁ ମିଳୁଥିବା ସ୍ୱାସ୍ଥ୍ୟ ସୁବିଧା ସମ୍ବନ୍ଧରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଆଜିର ଏହି ବୈଠକରେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ମନସ୍ମିତା ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ଡ. ଲିପିକା ମାଝୀ,ମୈଦଲପୁର ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ଭରଦ୍ବାଜ ଭନ୍ନା, ଫାର୍ମାସିଷ୍ଟ କବିରାଜ ଭତରା, ସୁପରଭାଇଜର ତୁଷାରକାନ୍ତ ପରିଡ଼ା, ବିପିଏମ ସୁଭରଞ୍ଜନ ପଟ୍ଟନାୟକ, ଡ ନନ୍ଦିତା ରାଣୀ ଗିରି, ପ୍ରମିଳା ମଲ୍ଲିକ, ପି ଶ୍ରୀନିବାସ , ରୁବିନା ରାଉଳ, ସମୀର ବାହୁକ ଓ ଅଞ୍ଚଳର ସମସ୍ତ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *