ଇଦ୍‍-ଉଜ୍‍-ଜୁହା ପାଇଁ ଚଳଚଞ୍ଚଳ ମସଜିଦ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ସମଗ୍ର ରାଜ୍ୟରେ ଆଜି ଇଦ୍‍-ଉଜ୍‍-ଜୁହା ପର୍ବ ପାଳନ କରାଯାଉଛି। ଏହି ଅବସରରେ ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତିଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ଇଦଗାହ ଓ ମସ୍‍ଜିଦରେ ସମୂହ ନମାଜପାଠର ଆୟୋଜନ କରାଯାଥିବା ବେଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସରଦରମହକୁମା ଥିବା ମସଜିଦ ଓ ଜଟାବାଲ ମସଜିଦରେ ମଧ୍ୟ ଧୁମଧାମରେ ପାଳିତ ହୋଇଥିଲା। ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ  ମସଜିଦରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ ମୁବାରକ ଜଣାଇଥିଲେ। ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମିଥିଲା ।

Leave a Reply

Your email address will not be published. Required fields are marked *