ତେଲଙ୍ଗନାରେ ବନ୍ଧା ପଡିଛନ୍ତି ଓଡ଼ିଆ ଦାଦନ ପରିବାର

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) ; କଳାହାଣ୍ଡି ରୁ ଯାଉନି ଦାଦନ ଯନ୍ତ୍ରଣା। କେତେବେଳେ କିଏ ଦାଦନ ଯାଇ ନିର୍ଯାତିତ ହେଉଛି, ତ’ ସେଠାରେ ମୃତ୍ୟୁ ବି ହେଉଛନ୍ତି, ଅନେକଙ୍କ ଶବ ବି ନିଜ ଭିଟାମାଟି କୁ ଫେରି ପାରୁନାହିଁ।  ଅନେକଙ୍କ ସେଠାରେ କାମ କରି ଶାରୀରିକ ନିର୍ଯାତିତ ହୋଇ ବିନା ପାଉଣାରେ ଲୁଚି କି ବହୁ କଷ୍ଟରେ ଫେରି ଆସୁଛନ୍ତି। ତେବେ ବର୍ତ୍ତମାନ ଆସିଛି ଆଉ ଗୋଟିଏ ଖବର, ଯେଉଁଠି ପେଟପାଟଣା ପାଇଁ ନିଜ ପରିବାର ସହିତ ଇଟାଭାଟିରେ କାମ କରିବା ପାଇଁ ଯାଇ ୧୬ ମାସ ହେଲା ବନ୍ଧା ପଡିଛନ୍ତି। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡ଼ିସର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରିଆଗାଁର ତାରିଣୀ ମାଝୀ ଏବଂ ତାଙ୍କ ପରିବାର ତେଲଙ୍ଗନା କୁ ଇଟାଭାଟି ରେ କାମ କରିବା ପାଇଁ ଯାଇ ବନ୍ଧା ପଡ଼ିଥିବା ଭିଡ଼ିଓ ମାଧ୍ୟମରେ ଜଣାଇଛନ୍ତି। ସେମାନେ ଜଣେ ଠିକାଦାରଙ୍କ ଠାରୁ ୬୦ ହଜାର ଟଙ୍କା ଅଗ୍ରିମ ନେଇ ଗତ ଫେବୃଆରୀ ମାସ ୨୦୨୫ରେ ନିଜର ତିନି ଛୋଟ ଛୋଟ ଛୁଆ କୁ ନେଇ ପାରିବାର ସହିତ ଯାଇଥିଲେ ହେଲେ ସେଠାରେ ବର୍ତ୍ତମାନ ତାଙ୍କୁ ଶାରୀରିକ ନିର୍ଯାତନା ଦିଆ ଯାଉଛି। କେବଳ ରାସନ ସାମଗ୍ରୀ ଦେଇ ଦିନ ରାତି କାମ କରିବାକୁ ବାଧ୍ୟ ଜରାଯାଉଛି କାମ ନକଲେ ଠିକାଦାର ସେମାନଙ୍କୁ ବାନ୍ଧି ମାଡ଼ମାରୁଥିବା ଅଭିଯୋଗ କରି ଏକ ଭିଡିଓ ମାଧ୍ୟମରେ ତାଙ୍କୁ ଉଦ୍ଧାର କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *