ନୂତନ ଭତ୍ତା ବଣ୍ଟନ ଶିବିର ଅନୁଷ୍ଠିତ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ସଭାଗୃହରେ ଆଜି ଚଳିତ ବର୍ଷ ୨୦୨୬ ର ନୂତନ ଭତ୍ତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନ, ସାମାଜିକ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକଙ୍କ ଦ୍ବାରା ବିଧବା, ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ସ୍ବାମୀ ପରିତ୍ୟକ୍ତା, ଅବିବାହିତ ମିଶି ୨୪୭ ଜଣ ହୀତାଧିକାରୀଙ୍କୁ ଅତିଥି ମାନଙ୍କ କରକମଳରେ ଭତ୍ତା ବଣ୍ଟନ କରାଯାଇଛି। ପିଇଓ ମୁଡିଙ୍ଗ ପଞ୍ଚାୟତ ବିଜୟ କୁମାର ସାମଲ, ପିଇଓ ଗୋଛାଡେଙ୍ଗେନ ପଞ୍ଚାୟତ ଚଞ୍ଚଳ ହରୀଜନ, ପିଇଓ ନୁନପୁର ପଞ୍ଚାୟତ ପ୍ରିୟ ଦର୍ଶିନୀ ସାହୁ, କିରାଣୀ ତାନ୍ଦନୀ ପ୍ରଧାନ, ଜୟରାମ ମହାଖିଡ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *