କରମତଲାରେ ବିଜେପିର ବିଧାନସଭା ସ୍ତରୀୟ କର୍ମଶାଳା

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧିରି ସାହୁ) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କରମତଲା ସ୍ଥିତ ଗିରି ଗୋବର୍ଦ୍ଧନ ମଣ୍ଡପ ପରିସରରେ ବିଜେପିର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।  ଟିଟିଲାଗଡ଼ ବିଧାନସଭା ସ୍ତରୀୟ ଉକ୍ତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ସାଂସଦ ପ୍ରତିନିଧି ଅକ୍ଷୟ ରଣା, ବରିଷ୍ଠ ନେତା ମହେନ୍ଦ୍ର ଠାକୁର ଏସଆଇଆର କାର୍ଯ୍ୟକ୍ରମ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପଲବ୍ଧି, ଗତ ୨ ବର୍ଷରେ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଆଦି ସମ୍ବନ୍ଧରେ ବିସ୍ତୃତ ଭାବେ ଉପସ୍ଥିତ କାର୍ମୀଙ୍କୁ ବୁଝାଇଥିଲେ। ବରିଷ୍ଠ ନେତା ତଥା ହାସ୍ୟ କବି ଟିକେଲାଲ ବେହେରା, ଜିଲ୍ଲା ଉପସଭାପତି ଦୀନବନ୍ଧୁ ବେହେରା, ବିଧାୟକଙ୍କ ଗୁଡ଼ଭେଲା ବ୍ଲକ ପ୍ରତିନିଧି ଶରତ ସାହୁ, ସଇଁତଲା ବ୍ଲକ ପ୍ରତିନିଧି ବିମଲ ଶର୍ମା, ସଇଁତଲା ଜୋନ ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ଷିରାବ୍ଧି ହୋତା ମଞ୍ଚାସିନ ରହିଥିଲେ। ସଞ୍ଜୟ ତ୍ରିପାଠୀ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ଉପସଭାପତି ରୁଣୁଗୋପାଳ ସାହୁ ଧନ୍ୟବାଦ ଦେଇଥିଲେ। ସଇଁତଲା ମଣ୍ଡଳ ସଭାପତି ଦର୍ଶନ ପଧାନ, ବେଲଗାଁ ମଣ୍ଡଳ ସଭାପତି ବିରଞ୍ଚି ପୁଟେଲ, ଟିକ୍ରାପଡ଼ା ମଣ୍ଡଳ ସଭାପତି ବାସୁଦେବ ଚୌହାନଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *