ନୂତନ ମେଡିକାଲ୍ ବିଲିଡ଼ିଂ ତଦାରଖ କଲେ ପୂର୍ବତନ ସାଂସଦ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଅଧିନ ନୀଳାଦ୍ରିଗୁଡାଠାରେ ଏକ ନୂଆ ହସ୍ପିଟାଲ ବିଲଡିଂ ତିଆରି ହୋଇ ସମ୍ପୂର୍ଣ୍ଣ ହେବା ଦିଗରେ ଗତି କରୁଥିଲା। ତିଆରି ନ ସରୁଣୁ ତାହା କାନ୍ଥ ଗୁଡିକ ଫାଟ ସୃଷ୍ଟି କରିବା ସହ ଝରକା ଓ ମାର୍ବଲ ପ୍ଲେଟ୍ ଭାଙ୍ଗି ଯାଇଥିଲା। ଏବେ ତାହା ସଜଡ଼ା ଚାଲିଛି। ଉକ୍ତ ବିଲଡିଂ ନିର୍ମାଣ କାମ ନିମ୍ନମାନର ହେଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଅଭିଯୋଗ ହେବା ପରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ନୂତନ ମେଡିକାଲ୍ ପରିଦର୍ଶନ କରି କାମର ତଦାରଖ କରିବା ସହ ବୁଲି ଦେଖିଥିଲେ। କାମ କିପରି ଉନ୍ନତମାନର ଭାବେ ଠିକ୍ ଢ଼ଙ୍ଗରେ ହେବ ସେନେଇ କାମ କରୁଥିବା କର୍ମଚାରୀଙ୍କୁ କହିଥିଲେ ଓ ଠିକା ସଂସ୍ଥା ବିଷୟ ପଚାରି ବୁଝିଥିଲେ। ଏହି ଗସ୍ତ ସମୟରେ ବିଜେପି ନେତା ବିନୋଦ ନାୟକ, ଦେବେନ୍ଦ୍ର ବିଷୋୟୀ, ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ବିଷୋୟୀ ଉପସ୍ଥିତ ରହିଥିଲେ। ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତର ନୀଳାଦ୍ରିଗୁଡା ଠାରେ ଏକ ନୂଆ ହସ୍ପିଟାଲ ବିଲଡିଂ ତିଆରି ଚାଲିଛି। ନିର୍ମାଣ କାମ ସରିବା କୁ ବସିଥିବା ବେଳେ ଆରମ୍ଭ ନ ହେଉଣୁ ଝୁଣ୍ଟି ଯାଇଥିଲା। ପୂର୍ବ ସରକାର ସମୟରେ ନୀଳାଦ୍ରିଗୁଡା ଠାରେ ୧୨ ଏକର ଜାଗାରେ ଏହି ନୂତନ ବିଲଡିଂ ତିଆରି ଚାଲିଥିଲା। ବିଲଡିଂ କାମ ସମ୍ପୂର୍ଣ ହେବା କୁ ବସିଥିବା ବେଳେ ପାହାଚ ର ପ୍ଲେଟ ଗୁଡିକ ଭାଙ୍ଗି ଯାଇଥିଲା। ଝରକା ର କାଚ ମଧ୍ୟ ଭାଙ୍ଗି ଯାଇଥିଲା। ବିଲଡିଂ ର ସବୁ କାନ୍ଥ ଗୁଡିକ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି କାମ କେଉ ସଂସ୍ଥା କାମ କରୁଥିବା ବେଳେ କେଉଁ ବିଭାଗ କାମ କରୁଛି ଜଣା ପଡ଼ିନାହିଁ। ଜିଲ୍ଲା ପ୍ରଶାସନ ଏହି ବିଲଡିଂ ଉପରେ ବେଳ ଥାଉ ତାହୁ ସଜାଗ ହୋଇ ଦୃଷ୍ଟି ଦେବା ନେଇ ଅନେକ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ତାହା ଏବେ ସଜଡ଼ା କାମ ଚାଲିଛି। ପ୍ରକାଶ ଥାଉ କି ଯେଉଁ ଠିକା ସଂସ୍ଥା ଏହି କାମ ନେଇଛି ସେ ମନଇଚ୍ଛା କାର୍ଯ୍ୟ କରୁଥିଲା। ଫଳରେ କାର୍ଯ୍ୟ ଠିକ ଢଙ୍ଗରେ ହୋଇ ପାରୁ ନଥିବା ମୈଦଲପୁରବାସୀ ଓ ପୂର୍ବତନ ସରପଂଚ ଚନ୍ଦ୍ରଧ୍ଵଜ ମାଝୀ ଅଭିଯୋଗ କରିଥିଲେ। ଏହି ମେଡ଼ିକାଲ ବିଲ୍ଡିଂ ଯେବେଠାରୁ କାର୍ଯ୍ୟ ଆରମ୍ଭ ହେଲାଣି ତାହା ଶେଷ ହେବା କଥା। କିନ୍ତୁ ଠିକାଦାରଙ୍କ ମନମାନି ଯୋଗୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। ବିଭାଗୀୟ ଯନ୍ତ୍ରୀ ଠିକାଦାରଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବାରୁ ଏପରି ସ୍ଥିତି ଉତ୍ପନ୍ନ ହେଉଥିବା ଏବେ ବି ଅଭିଯୋଗ ହୋଇଛି। ଏଣୁ ଶୀଘ୍ର ନିର୍ମାଣ କାମ ସଂପୂର୍ଣ୍ଣ କରାଯିବା ସହ ପୁରୁଣା ମେଡ଼ିକାଲରୁ ନୂତନ ମେଡିକାଲ୍ ଵିଲ୍ଡିଂ କୁ ସ୍ଥାନାନ୍ତର କରିବା ଦିଗରେ ପ୍ରଶାସନ ଗୁରୁତ୍ୱ ଦେବା ପାଇଁ  ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *