ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତି ପ୍ରକାଶ ମିଶ୍ର) : ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ପରିସରରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନ (ଏଡ଼ିୟୁଜେ ) ଆଠମଲ୍ଲିକ ପୋଲିସ ଓ ଆଠମଲ୍ଲିକ ବନ ବିଭାଗ ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା ଫିତା କାଟି ଶିବିର କୁ ଉଦଘାଟନ କରି ରକ୍ତଦାତା ଙ୍କୁ ଫୁଲ ତୋଡ଼ା ଦେଇ ଉତ୍ସାହିତ କରିଥିଲେ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ କ୍ରିମିନାଲ କୋର୍ଟ ବାର ଆସୋସିଏସନର ସଭାପତି ଅଞ୍ଜନ କୁମାର ପ୍ରଧାନ, ସମ୍ପାଦକ ସବ୍ୟସାଚୀ ସିଂ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏସଡ଼ିପିଓ ସୁଶାନ୍ତ କୁମାର ତାଉଡ଼ିଆ, ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ରେଞ୍ଜର ସୁନୀଲ କୁମାର ସାହୁ ଯୋଗ ଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ରେ ୩୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଡାକ୍ତର କୁମାର ସୌରଭ ସବ୍ୟସାଚୀ ବେଉରା ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ନର୍ସିଂ ଅଫିସର ସ୍ନିଗ୍ଧାରାଣୀ ସିଂ, ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ରବୀନ୍ଦ୍ର ମହାନ୍ତି, ମୁକେଶ ଦେହୁରୀ, ରାକେଶ ଦତ୍ତ, ଛାତ୍ର ଅଂଶୁମାନ ପଣ୍ଡା ଶିଶୁ ସ୍ବେଛାସେବୀ ଅନ୍ୱେଷ କୁମାର ହୋତା ପ୍ରମୁଖ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ। ସର୍ବଦା ସ୍ବେଛାକୃତ ରକ୍ତଦାନ ଶିବିର ରେ ରକ୍ତଦାନ ଓ ସହଯୋଗ କରି ଆସୁଥିବା ଠାକୁରଗଡ଼ ଅଞ୍ଚଳ ର ଯୁବ ସ୍ବେଛାସେବୀ ଅଶ୍ୱିନୀ କୁମାର ସ୍ୱାଇଁ କୁ ସାମ୍ବାଦିକ ସଙ୍ଘ ତରଫରୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ଏଡ଼ିୟୁଜେ ସାମ୍ବାଦିକ ସଙ୍ଘ ଅନୁଗୁଳ ସଭାପତି ଅଜିତ କୁମାର ଧର, ସମ୍ପାଦକ ସ୍ୱାଧୀନ ସାମଲ ଓ ଆଠମଲ୍ଲିକ ଶାଖା ତରଫରୁ ଉପସଭାପତି କମଳାକାନ୍ତ ମିଶ୍ର, ବରିଷ୍ଠ ସାମ୍ବାଦିକ ଉଦିପ୍ତ ପୁରୋହିତ, ବିନୟ କୁମାର ପଟ୍ଟନାୟକ, ଶତ୍ରୁଘ୍ନ ସାହୁ, ସୁବାଷ ଶତପଥି, ସୁବୋଧ ମିଶ୍ର, ବୁଲୁ ଦଳେଇ, ଧନଞ୍ଜୟ ନାୟକଙ୍କ ସମେତ ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନ (ଏଡ଼ିୟୁଜେ) ର ସଦସ୍ୟ ଗଣ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

