ଗଞ୍ଜାମ/କ୍ରାନ୍ତିକ୍ଷେତ୍ର : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ କରତାଳି ସ୍ତିତ ଗ୍ରୀନ ଗୋଲା ପଡ଼ିଆରେ “ମା ଠାକୁରାଣୀ କ୍ରିକେଟ ଟିମ” ଆନୁକୂଲ୍ୟରେ ଏକ ସନ୍ଧ୍ୟ କାଳିନ କ୍ରିକେଟ ଟୁର୍ନାମେଣ୍ଟ ଗତ ୩୧ ତାରିଖ ଠାରୁ ଆରମ୍ଭ ହୋଇ ୨ ଗତକାଲି ଫାଇନାଲ ଖେଳ ହୋଇଯାଇଛି । ପ୍ରଥମ ଦିନ ରୋଟାରୀ କ୍ଲବ ର ପୂର୍ବତନ ସଭାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳକୁ ଉଦଘାଟନ କରି ଖେଳାଳୀ ମାନଙ୍କୁ ଉଶ୍ଚାହିତ କରିଥିଲେ । ସମାଜସେବୀ ରାଜେନ୍ଦ୍ର ନାହାକ ପ୍ରଥମ ବେଟିଂ କରି ଖେଳ ଆରମ୍ଭ କରିଥିଲେ । ଶେଷ ଦିନ ଫାଇନେଲ ରେ କରତାଳି ଏବଂ ନୂଆପଲି ମଧ୍ୟରେ ଖେଳ ହୋଇଥିଲା ଏଥିରେ କରତଳି ଗ୍ରାମର ଜଗନ୍ନାଥ କ୍ରିକେଟ ଟିମ ୧୦ଓଭରରେ ୪ଉଇକେଟ ବିନିମୟରେ୬୫ରନ କରିଥିଲେ କିନ୍ତୁ ନୂଆପଲି କ୍ରିକେଟ ଟିମ ୧୦ଓଭରରେ ୪ଉଇକେଟ ସହ ୧୧୧ ରନ କରୀ ବିଜୟୀ ହୋଇଥିଲେ । ମୁଖ୍ୟ ଅତିଥି ନିରଞ୍ଜନ ପାତ୍ର ବିଜୟୀ ଦଳକୁ ପୁରସ୍କାର ବିତରଣ କରିଥିବାବେଳେ ଅନ୍ୟତମ ଅତିଥି ସୂର୍ଯ୍ୟ ପ୍ରଧାନ ୠନର କରତାଳି କୁ ପୁରସ୍କାର ବିତରଣ କରିଥିଲେ । ଅତିଥି କମଳ ପଣ୍ଡା ମେନ ଅଫ ଦି ମେଚ କୁ ପୁରସ୍କାର ବିତରଣ କରଥିଲେ । ସମାଜସେବୀ ହେମନ୍ତ ନାହାକ, ମନୋଜ ମିଶ୍ର,ସଞ୍ଜୟ ନାହାକ, ବୁଲୁ ନାହାକ, ମାଧବ ନାହାକ, ସୂର୍ଯ୍ୟ ପ୍ରଧାନ, ସେନାପତି ନାହାକ ପ୍ରମୁଖ ଯୋଗଦେଇ ଖେଳକୁ ଉତ୍ସହହିତ କରିଥିଲେ ମା ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ ର କର୍ମକର୍ତା ଶୁଭମ ମଣ୍ଡଳ, ଆକାଶ ନାହାକ, ସାହିଲ ମଣ୍ଡଳ, ସୁମନ ନାୟକ, ହେମନ୍ତ ପଢିଆରି, ପ୍ରବୀର ପ୍ରଧାନ, ବିଭୁ ନାହାକ, ନିଶିକାନ୍ତ ଖୁଣ୍ଟିଆ, ମାନସ ନାହାକ, ଅନିଲ ବେହେରା, ପବନ ନାହାକ ପ୍ରମୁଖ ଉପସ୍ଥିତ ରହି ଖେଳକୁ ସୁଚାରୁ ଭାବେ ପରିଚାଳନା କରି ଖେଳ ସମାପ୍ତ କରିଥିଲେ ।

