ସମାଜବାଦୀ ଚିନ୍ତା ଓ ସାମାଜିକ ନ୍ୟାୟ ପାଇଁ ଅବଦାନ ଭାଗବତଙ୍କୁ ଚିର ସ୍ମରଣୀୟ କରି ରଖିବୁ

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର : ବିଶିଷ୍ଟ ସମାଜବାଦୀ ନେତା ତ‌ଥା ପ୍ରାକ୍ତନ ମନ୍ତ୍ରୀ ଦିବଂଗତ ଭାଗବତ ବେହେରାଙ୍କ ୨୪ତମ ବାର୍ଷିକୀ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଆଜି ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଦେଶର ଅଧା ଜନସଂଖ୍ୟାର ବିକାଶ ବିନା ଦୁନିଆରେ ପ୍ରକୃତ ସାମାଜିକ ନ୍ୟାୟ ହାସଲ ହୋଇପାରିବ ନାହିଁ। ବିଜ୍ଞାନ ସମ୍ମତ ଭାବେ ଯେଉଁ ରାଜ୍ୟ ମାନବ ସମ୍ବଳକୁ ସଂରକ୍ଷଣ ପ୍ରଦାନ କରିଛନ୍ତି, ସେ ରାଜ୍ୟ ସେତିକି ପରିମାଣରେ ଉନ୍ନତି କରିଛି। ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ମହାରାଷ୍ଟ୍ର, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ। ଓଡ଼ିଶାର ପଛୁଆବର୍ଗ ସଂଖ୍ୟାନୁପାତିକ ସ”ରକ୍ଷଣରୁ ବଞ୍ଚିତ। ସମ୍ବିଧାନ ପ୍ରଦତ୍ତ ୨୭% ସୀମା ମଧ୍ଯ ଶିକ୍ଷା ଓ ନିଯୁକ୍ତିରେ ଛୁଇଁ ନାହିଁ। ସରକାରୀ ଚାକିରି ସଙ୍କୁଚିତ ହେଉଛି। ସମୟ ଆସିଛି ବଞ୍ଚିତ ବର୍ଗଙ୍କୁ ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ଓ ଉଦ୍ୟୋଗ ବିକାଶ ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ଦରକାର ବୋଲି ବୈଠକରେ ଅଧିକାଂଶ ବକ୍ତା ମତ ରଖୁଥୁଲେ। ଆଗାମୀ ଦିନରେ ସ୍‌ମୃତି ସଂସଦ ପକ୍ଷରୁ ଆସନ୍ତା ଅଗଷ୍ଟ ମାସ ୭ ତାରିଖରେ ମଣ୍ଡଳ କମିଶନ ସୁପାରିଶ ଘୋଷଣା ଦିବସ ପାଳନ କରାଯିବା ନେଇ ନିଷ୍ପରି ନିଆଯାଇଛି। ପ୍ରାରମ୍ଭରେ ଦିବଂଗତ ଭାଗବତ ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ସହ ଦୀପ ପ୍ରଜ୍ଜଳିତ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ବିଶିଷ୍ଟ ସମାଜସେବୀ, ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଫୁଲ କୁମାର ଦାସ ସଭାପତିତ୍ବ କରିଥିଲେ। ଆଲୋଚକମାନେ ସମତାଭିଭିକ ସମାଜ ପ୍ରତିଷ୍ଠା ପାଇଁ ସମାଜବାଦ ହିଁ ହିଁ ରାସ୍ତା ରାସ୍ତା ଉନ୍‌ମୁକ୍ତ କରିଥାଏ ବୋଲି କହିଥିଲେ। ସାଂପ୍ରତିକ ସମୟରେ ସାମାଜିକ ନ୍ୟାୟ ଆନ୍ଦୋଳନ ମାଧ୍ୟମରେ ପଛୁଆ ବର୍ଗ ନିଜର ଅଧୁକାର ସାବ୍ୟସ୍ତ କରିପାରିବେ। ଜାତି ଭିଭିକ ଜନଗଣନା ବିଭିନ୍ନ ବର୍ଗଙ୍କ ସଂଖ୍ୟା ନିର୍ଣ୍ଣୟ ସହ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେମାନଙ୍କ ଭାଗିଦାରୀ ନିଶ୍ଚିତ କରିପାରିବ।

Leave a Reply

Your email address will not be published. Required fields are marked *