ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କାତାଗୁଡା ଗାଁ ର କୁମ୍ଭାର ସାହିର କୁମ୍ଭାର ସମ୍ପ୍ରଦାୟ ର ଗରିବ ଶ୍ରେଣୀର ଲୋକମାନେ ନୀଜର କୌଳିକ ବୁର୍ତ୍ତି କୁ ବଞ୍ଚାଇ ନିଜ ପରିବାରଙ୍କ ପେଟ ଭରଣ ପୋଷଣ ପାଇଁ ମାଟିରେ ତିଆରି କରି ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ନୀଜର ଜୀବନ ଜୀବିକା ନିର୍ବର କରନ୍ତି, କିନ୍ତୁ ଏବେ ଚିନ୍ତା ରେ ଏହି ସମ୍ପ୍ରଦାୟ ର ପରିବାର ବର୍ଷା ଋତୁ ଆସିଲେ ମାଟିରେ ତିଆରି କରିଥିବା ସାମଗ୍ରୀ କୋଉଠି ରଖିବେ ଏବେ ଚିନ୍ତାରେ ଏହି ପରିବାର, ଏହି ଗାଁ ରେ କୁମ୍ଭାର ସମ୍ପ୍ରଦାୟ ର ଲୋକ ମାନେ ପ୍ରାୟ ୪୦ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୨୦୦ ରୁ ଉର୍ଦ୍ଧ ହେବ, ପୂର୍ବ ପୁରୁଷ ଅମଳରୁ ନୀଜର କୌଳକ ବୁର୍ତ୍ତିକୁ ବଞ୍ଚାଇ ପ୍ରାୟ ସମସ୍ତ ପରିବାର ଖରା, ବର୍ଷା, ଶୀତ, କାକର ରେ ଏହି ବୁର୍ତ୍ତିରେ ଲାଗିପଡନ୍ତି ସମସ୍ତ ପରିବାର ମାଟିରେ ତିଆରି କରିଥିବା ବିଭିନ୍ନ ପ୍ରକାର ଭଳିକି ଭଳି ସାମଗ୍ରୀ ବଜାର ରେ ବିକ୍ରି କରି ଦୁଇ ପଇସା ରଜଗାର କରି ଏହି ପରିବାର ମାନେ ତେଲ ଲୁଣର ସଂସାର କରିଥାନ୍ତି। ଝାଟି ମାଟିରେ ତିଆରି କରିଥିବା ଏକ ମାତ୍ର ଛଣ ଛପର, କୁମ୍ଭାର ହାଣ୍ଡି ଶାଳ ବର୍ଷାଋତୁ ଆସିଲେ ଛପର ରେ ପାଣି ଗଳି ତେଳେ ହାଣ୍ଠିଏ ପାଣି ହୋଇ ମାଟିରେ ତିଆରି କରିଥିବା ବିଭିନ୍ନ ପ୍ରକାର ସାମଗ୍ରୀ ନଷ୍ଟ ହୋଇଯିବା ହେତୁ ଏବେ ଚିନ୍ତା ରେ ପଡିଛନ୍ତି ଏହି ପରିବାର ମାନେ। ଖଣ୍ଡିଏ ହାଣ୍ଡି ଶାଳ ଜଗାଇ ଦେବା ପାଇଁ ଦୀର୍ଘ ବର୍ଷ ହେଲା ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନ ଏବଂ ସରକାର ଙ୍କୁ ବାରମ୍ବାର ଲିଖିତ ଆକାର ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟ ହୋଇ ପାରୁ ନାହିଁ। ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ଆସୁଛନ୍ତି ଗାଁ କୁ ପ୍ରତିଶୃତି ଦେଉଛନ୍ତି ନିର୍ବାଚନ ସରିଲେ ପ୍ରତିଶୃତି ପ୍ରତିଶୃତି ରେ ହିଁ ରହିଯାଉଛି। ଅଘକୁ ବର୍ଷା ଋତୁ ହାଣ୍ଡି ଶାଳରେ ଗଳୁଛି ପାଣି କେମିତି ଗଡ଼ିବେ ମାଟି ହାଣ୍ଡି ଏବେ ଚିନ୍ତାରେ କୁମ୍ଭାର ସମ୍ପ୍ରଦାୟ ର ପରିବାର ମାନେ କେବେ ଜଗାଇ ଦେବେ ହାଣ୍ଡି ଶାଳ ସରକାର ତାକୁ ନେଇ ଅପକ୍ଷାରେ ଅଛନ୍ତି ଏହି ଗ୍ରାମବାସୀ।

