ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର : ଆଠମଲ୍ଲିକ ଏନଏସି ଅନ୍ତର୍ଗତ ରାମେଶ୍ୱରପାଟଣା ସ୍ଥିତ ବାବା ରାମେଶ୍ୱରଙ୍କ ମନ୍ଦିର ପରିସରରେ ଶୀତଳଷଷ୍ଠି ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି ବୈଠକରେ ନିଷ୍ପତି ଅନୁଯାଇ ୧୮ ତାରିଖରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଳନ ହେବାକୁ ଥିବା ବେଳେ ୧୯ ତାରିଖରେ ଦେବ ଦମ୍ପତି ଙ୍କ ସହର ପରିକ୍ରମା କରା ଯିବାର ସ୍ଥିରୀକୃତ ହୋଇଛି। ମାତା ପାର୍ବତୀଙ୍କ ପିତା ଭାବରେ ଉମେଶ କୁମାର ଅଗ୍ରୱାଲା ଓ ମାତା ଭାବରେ ତାଙ୍କ ସହଧର୍ମିଣୀ ବବିତା ଅଗ୍ରୱାଲା ମହାଦେବଙ୍କ ପିତା ଭାବରେ ଶ୍ରୀକାନ୍ତ ମିଶ୍ର, ତାଙ୍କ ସହଧର୍ମିଣୀ ବିଳାସିନୀ ଦେବୀ ମାତା ପିତା ଭାବରେ ଦାୟିତ୍ୱ ତୁଲାଇବେ ବୋଲି ନିଷ୍ପତି ନିଆ ଯାଇଥିଲା। ଶୀତଳ ଷଷ୍ଠି ପୂଜା କମିଟି ର ସଭାପତି ଭାବରେ ଅଶ୍ୱିନୀ ଆଚାର୍ଯ୍ୟ, ସମ୍ପାଦକ ତ୍ରିଜୀବ ତ୍ରିପାଠୀ, କୋଷାଧକ୍ଷ ଭାବରେ ହରେକୃଷ୍ଣ ଡାଙ୍ଗ, ସଭ୍ୟ ଅମୀୟ ଦାଶ, କୁଲୁ ପ୍ରଧାନ, ରମାକାନ୍ତ ଚାନ୍ଦ, ଜ୍ୟୋତିପ୍ରକାଶ ମିଶ୍ର, ସୁବୋଧ ମିଶ୍ର, ମନୋରଞ୍ଜନ ରଣା, ନରହରି ବାହୁକ, ଅଶୋକ ବେହେରା ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ।

