ଆମ ଆଦମୀ ପାର୍ଟି ସଭାପତି ରାଷ୍ଟ୍ରିୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଭିଡିଓ ବାର୍ତା

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର : ବଲାଙ୍ଗୀର ତରଫରୁ ଆପ୍ ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଭିଡିଓ ବାର୍ତ୍ତା ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି ଏବଂ କହିଛନ୍ତି ଆମ ଆଦମୀ ପାର୍ଟି ଓଡିଶା ତରଫ ରୁ ୧ଜୁନ ରୁ ୧୦ ଜୁନ ପର୍ଯ୍ୟନ୍ତ ଓଡିଶାର ପ୍ରତ୍ୟୋକ ଜିଲ୍ଲା ରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହିପରି ବଲାଙ୍ଗୀର ରେ ମଧ୍ୟ ଜିଲ୍ଲା ର ସମସ୍ତ ବିଧାନସଭା ରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଚାଲିଛି ଏବଂ ଲୋକଙ୍କୁ ଯୋଡ଼ାଯାଉଛି ଲୋକ ଆଗ୍ରହର ସହିତ ଯୋଡୁଛନ୍ତି ସଦସ୍ୟତା ନେଉଛନ୍ତି ବୋଲି ଶ୍ରୀ ପାଣ୍ଡେ କହିଁଛନ୍ତି। ଆହୁରି ମଧ୍ୟ କହିଛନ୍ତି ବିଜୁଳି, ପାଣି, ଶିକ୍ଷ୍ୟା, ସ୍ଵାସ୍ତ୍ୟ, ରୋଜଗାର ର ରାଜନୀତିରେ ଯୋଡିବା ପାଇଁ 9938710101 ରେ ମିସ କଳ କରନ୍ତୁ କିମ୍ବା aapodisha.org/ ସାଇଡ କୁ ଯାଇ ଯୋଡନ୍ତୁ ଏବଂ ଗୋଟେ ଶିକ୍ଷିତ ପାର୍ଟି ହୋନେଷ୍ଟ ପାର୍ଟି ର ସଦସ୍ୟ ହୋଇ ବିଜୁଳି, ପାଣି, ଶିକ୍ଷ୍ୟା, ସ୍ଵାସ୍ତ୍ୟ, ରୋଜଗାର ରାଜନୀତି ମୋଡେଲ ଘରେ ଘରେ ପହଂଚାଇବା ଏବଂ ବିଜେପିର ପେପର ଲିକ ସରକାର, ଭ୍ରଷ୍ଟାଚାରୀ ସରକାର ଜନବିରୋଧୀ ସରକାର, ଶିକ୍ଷ୍ୟାବିରୋଧୀ ସରକାର, ଛାତ୍ର ବିରୋଧୀ ସରକାର ବିରୋଧରେ ଆବାଜ଼ ଉଠାଇ ଝାଡୁଦ୍ୱାରା ସଫାକରି ଗୋଟେ ସଛୋଟ ସରକାର ଗଠନ କରିବା କହି, ଭିଡ଼ିଓ ବାର୍ତା ମାଧ୍ୟମରେରେ ଜନସାଧାରଣ ଙ୍କୁ ୟୁବ ପିଢ଼ି ଙ୍କୁ ଆହ୍ୱାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆପ ବାଲାଙ୍ଗୀର ର ୟୁବ ସଭାପତି ରମାକାନ୍ତ ବେହେରା, ଦେଓଗାଁ ବ୍ଲକ ଜୋଇଁଣ୍ଟ ସେକ୍ରେଟାରୀ ବାଳକୃଷ୍ଣ ନାଏକ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଝସକେତନ ନାଏକ, ଯୁବ ନେତା ପ୍ରଶାନ୍ତ ରଣା, ସୁମନ୍ତ ବାଗ ଆଦି ଭିଡ଼ିଓ ବାର୍ତା ରେ ଉପସ୍ଥିତ ରହିଁ ସ୍ଥାନୀୟ ବସଷ୍ଟାଣ୍ଡ, ଆରଟିଓ ଛକ ଆଦି ଏରିଆରେ ଆଜି ସଦସ୍ୟତା ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ କୁ ଆଗେଇ ନେଇଛନ୍ତି।

Leave a Reply

Your email address will not be published. Required fields are marked *