ଅନୁଗୋଳ/କ୍ରାନ୍ତିକ୍ଷେତ୍ର) : ଅନୁଗୋଳ ଜିଲ୍ଲା ଲୁହାମୁଣ୍ଡା ନିକଟରେ କୋଇଲା ବୁଝେଇ ଟ୍ରକ ରାସ୍ତା କଡ଼ରେ ଛିଡ଼ା ହେଇଥିଲା। ଦିଲଖୁସ ନାମକ ଏକ ଘରୋଇ ବସ ଭୁବନେଶ୍ୱର ରୁ ଝାରସୁଗୁଡ଼ା ଅଭିମଖେ ଯାଉଥିବା ସମୟରେ ଲାମୁଣ୍ଡା ନିକଟରେ ପ୍ରାୟ ରାତ୍ରି ୨.୩୦ ସମୟରେ ଟ୍ରକ କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବସ ର ସାମ୍ନା ପାଖ ସମ୍ପୂର୍ଣ୍ଣ ପା ନଷ୍ଟ ହୋଇଥିଲା। ବସରେ ଥିବା ୧୦ ଜଣ ଯାତ୍ରୀ ଆହତ ହେଇଥିଲେ ଏବଂ ବସର କଣ୍ଡକ୍ଟର ମୃତ୍ୟୁ ବରଣ କରିଥିଲେ। ସମସ୍ତ ଆହତଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନା କୁ ପଠା ଯାଇଥିଲା। ତନ୍ମଧ୍ୟରୁ ୬ ଜନ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

