ଶାନ୍ତିବନଠାରେ ବିଶ୍ୱ ପରିବେଶ ଦିବସ ପାଳନ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ମୋ ଭାରତ କଳାହାଣ୍ଡି, ସେବା ଜଗତ ମ. ରାମପୁର, କଳାରୁଦ୍ର ଯୁବକ ସଂଘ ହଜାରୀପଡା କୁଶୁର୍ଲା, ଗୋଷ୍ଠି ଜଙ୍ଗଲ ପରିଚାଳନା କମିଟି ମସ୍କାଦାଣ୍ଡି, ଜଙ୍ଗଲ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ କେସିଙ୍ଗାଙ୍କ ସହଯୋଗରେ ଆଜି ଶାନ୍ତିବନ ଗୋଷ୍ଠି ଜଙ୍ଗଲ ଠାରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏଥିରେ ପରିବେଶ ଉପରେ ପର୍ଯ୍ୟବେଷିତ ଚିତ୍ରାଙ୍କନ ଓ କବି ସମିଳନୀ କରି କୃତ୍ୟକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆମ ପରିବେଶଙ୍କୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ ବୃକ୍ଷ ହିଁ ଜୀବନ ବୃକ୍ଷ ଅଛିତ ଜୀବନ ଅଛି। ତାହା କହି ଲୋକମାନଙ୍କୁ ସଚେତନ କରିବାସହ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ଶପତ ପାଠ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋ ଭାରତ ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା, କେସିଙ୍ଗା ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ, ଲେଖା ଏବଂ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷକ ଦ୍ୱତୀୟ ବନଛୋର, ସେବା ଜଗତ ମୁଖ୍ୟ ସତ୍ୟନାରାୟଣ ପଟ୍ଟନାୟକ, ସେବା ଜଗତ କାର୍ଯ୍ୟକ୍ରମ ଅଧିକାରୀ ପ୍ରଦୀପ ସାହୁ, ଶାନ୍ତିବନ ଜଙ୍ଗଲ ସୁରକ୍ଷା କମିଟି ସଭାପତି ସିଙ୍ଗମଲ ଭୋଇ, ସମ୍ପାଦକ  କନ୍ଦର୍ପ ସାହୁ, କୋଷାଧକ୍ଷ ନବୀନ କିଶୋର ସାହୁ, କଳାରୁଦ୍ର ଯୁବକ ସଂଘ ସଭାପତି ହେମନ୍ତ ସାହୁ, ସଭ୍ୟ ନିବେଦିତା ପ୍ରିୟଦର୍ଶିନୀ ସାହୁ, ଉମାକାନ୍ତି ସାହୁ, ଗାଁ ଗୌନ୍ତିଆ କୈଳାଶ ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ପ୍ରକୃତି ବନ୍ଧୁ ଶମ୍ଭୁ ବିଶି,ବ୍ଲକ ସଂଯୋଜକ ଅମିତ କୁମାର ସାହୁ, ପ୍ରବୀଣ ଦିଗାଲ ଚୁଳମଣୀ ମାଝୀ, ଦୂର କୈବର୍ତ୍ତ ଉପସ୍ଥିତ ରହିଥିଲେ। ପ୍ରକୃତି ବନ୍ଧୁ ଲଳିତ ମୋହନ ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ସେବା ଜଗତ ଜିଲ୍ଲା ସଂଯୋଜକ ଟଙ୍କଧର ବଗର୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *