ବିଶ୍ବ ପରିବେଶ ଦିବସ ପାଳିତ

ପାପଡାହାଣ୍ଡି/କ୍ରାନ୍ତି କ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ବନ ବିଭାଗ ପକ୍ଷରୁ ପାପଡାହାଣ୍ଡିସ୍ଥିତ ମୃଗ ବିହାରଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଥିଲା। ଏହି କାର୍ଯକ୍ରମରେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ , ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କଶ୍ୟପ ପାର୍ଥ ଜଗଦୀଶ, ଡିଏଫ୍ଓ ଉଦ୍ୟମ ସୁବୁଦ୍ଧି ଯୋଗ ଦେଇଥିଲେ। ଜଙ୍ଗଲ ଓ ପରିବେଶ ଉପରେ ସଚେତନ‌ତା ସଭା ଅନୁଷ୍ଠିତ ହୋଇଥିଲା। ପରେ ଜିଲ୍ଲାପାଳ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଲଗାଇବା ପାଇଁ ସଚେତନ କରିଥିଲେ। ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମୃଗ ବିହାର ପରିସରରେ ଆମ୍ବ, ପଣସ, କରଞ୍ଜ, ଜାମୁକୋଳି, ନିମ୍ବ ଆଦି ଔଷଧୀୟ ଗଛ ରୋପଣ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାପଡାହାଣ୍ଡି ବନପାଳ ନିତେଶ ସୁନା, ଜିଲ୍ଲାସ୍ତରୀୟ ସମସ୍ତ ବନ ବିଭାଗ କର୍ମଚାରୀ, ବନରକ୍ଷୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *