କେସିଙ୍ଗାର ଇକୋ କ୍ଲବ୍ ପକ୍ଷରୁ ପରିବେଶ ଦିବସ ପାଳନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ଇକୋ କ୍ଲବ୍ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ପାଇଁ ଚେତନା ସୃଷ୍ଟି ଉଦ୍ଦେଶ୍ୟରେ ଏବଂ ଚଳିତ ବର୍ଷ ନିମନ୍ତେ ନିର୍ଦ୍ଧାରିତ ଜଳବାୟୁ ପରିବର୍ତ୍ତନ ମୂଲ୍ୟବୋଧ ଭିତ୍ତିରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା, ଇକୋ କ୍ଳବ୍ ଭାରପ୍ରାପ୍ତ ଶିକ୍ଷକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ, ତଥା ବନପାଳ ଯଶୋବନ୍ତ ନାଏକ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯିବା ସହ ଚାରା ଗଛର ଯତ୍ନ ଓ ରକ୍ଷଣାବେକ୍ଷଣ ଅଭିଯାନ କରାଯିବା ସହ ବୃକ୍ଷରୋପଣ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହେମନ୍ତ କୁମାର ବାଗ, କହ୍ନେଇଲାଲ ସାହୁ, ଅଜୟ କୁମାର ସାହୁ ଓସ୍ଥାନୀୟ ଜଙ୍ଗଲ ବିଭାଗ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। ସେହିପରି ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି ଠାରେ ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତାଙ୍କ ସଭାପତିତ୍ବରେ ପରିବେଶ ଦିବସ ପାଳନ ହୋଇ ଯାଇଛି ଏଥିରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଖେଳ ଶିକ୍ଷକ କୈବଲ୍ୟ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ଷ୍ଟେଟ ଆର ପି. ଶୁଭମ କୁମାର ଦାସ ଉପସ୍ଥିତ ଥିଲେ।ଗ୍ରାମରେ ଏକ ପରିବେଶ ସଚେତନତା ଶୋଭାଯାତ୍ରା କରାଯାଇ ସ୍କୁଲ୍ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ବିଦ୍ୟାଳୟ ର ପୁରାତନ ଛାତ୍ର ରାହୁଲ ସାହୁ।

Leave a Reply

Your email address will not be published. Required fields are marked *