ବୈଦିକ ବ୍ରାହ୍ମଣ ସମାଜର ବାର୍ଷିକ ସମ୍ବିଳନୀ

ଅନୁଗୁଳ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆଠମଲ୍ଲିକ ବୈଦିକ ବ୍ରାହ୍ମଣ ସମାଜର ବାର୍ଷିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ବ୍ରାହ୍ମଣ ସମାଜ ଆଠମଲ୍ଲିକ ଶାଖା ସଭାପତି ରାଧାମୋହନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବିଳନୀରେ ଅତିଥି ଭାବରେ ଅନୁଗୁଳ ବ୍ରାହ୍ମଣ ସମାଜ ର ସମ୍ପାଦକ ତଥା ରାଜ୍ୟ ଉପସଭାପତି ଆର୍ତ୍ତବଲ୍ଲଭ ଦାଶ, ମାଧପୁର ବ୍ରାହ୍ମଣ ସମାଜ ସମ୍ପାଦକ ଗୋପୀନାଥ ତ୍ରିପାଠୀ, ଠାକୁରଗଡ଼ ବ୍ରାହ୍ମଣ ସମାଜ ସଭାପତି ଜମ୍ବେଶ୍ୱର ଶତପଥି, ବଇଣ୍ଡା ବ୍ରାହ୍ମଣ ସମାଜ ସଭାପତି ଅମୀୟ ରଞ୍ଜନ ମିଶ୍ର, ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ। ବ୍ରାହ୍ମଣ ସମାଜ ସଂଗଠିତ ହୋଇ ସଂଗଠନ କୁ ମଜଭୁତ କରି ବିଶ୍ୱ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଅତିଥି ମାନଙ୍କ ଦ୍ୱାରା ଆହ୍ୱାନ ଦିଆ ଯାଇଥିଲା। ପ୍ରାରମ୍ଭ ରେ ସମସ୍ତ ଅତିଥି ଓ ସଭ୍ୟ ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ। ଆଠମଲ୍ଲିକ ବ୍ରାହ୍ମଣ ସମାଜ ର ସଭ୍ୟ ବିଶ୍ୱଜିତ ପୁରୋହିତ, ସୀତାଂଶୁ ମିଶ୍ର ବେଦ ପାଠ କରିଥିଲେ।  ଆଠମଲ୍ଲିକ ବ୍ରାହ୍ମଣ ସମାଜ ତରଫରୁ ଅତିଥି ମାନଙ୍କୁ ନଡ଼ିଆ, ପଇତା ଓ ଉତ୍ତରୀୟ ଦେଇ ସଂମ୍ମାନିତ କରା ଯାଇଥିଲା।  ଆଠମଲ୍ଲିକ ବ୍ରାହ୍ମଣ ସମାଜ ର ଉପଦେଷ୍ଟା ଭବାନୀଶଙ୍କର ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସମ୍ପାଦକ ରଞ୍ଜିତ କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଦିବଂଗତ ପ୍ରତିଷ୍ଠାତା ସଭ୍ୟ ମାନଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ତତ ପରେ ପ୍ରତିଷ୍ଠାତା ସଭ୍ୟ ସଚ୍ଚିଦାନନ୍ଦ ପାଣିଗ୍ରାହୀ ଓ ରାମାନନ୍ଦ ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ବ୍ରାହ୍ମଣ ସମାଜ ର ବରିଷ୍ଠ ସଭ୍ୟ ଉଦିପ୍ତ କୁମାର ପୁରୋହିତ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ରେ ନିରାକାର ମିଶ୍ର, ଦୀପକ ମିଶ୍ର, ସୁନୀଲ କୁମାର ଶାଶନୀ, ସୁଧା ରଞ୍ଜନ ମିଶ୍ର, ଜ୍ୟୋତିନାରାୟଣ ରଥ, ହରି ମହାପାତ୍ର, ସନ୍ତୋଷ ତ୍ରିପାଠୀ, ବିକାଶ ରଥ, ରାଜେଶ ମିଶ୍ର, ସୂର୍ଯ୍ୟନାରାୟଣ ରଥ, କମଳାକାନ୍ତ ମିଶ୍ର, ଅନ୍ୱେଷ କୁମାର ହୋତା ସୀତାଂଶୁ ମିଶ୍ର, ଜିତେନ୍ଦ୍ର ମିଶ୍ର, ଅବିନାଶ ଷଡ଼ଙ୍ଗୀ, ସୁନୀଲ କୁମାର ମିଶ୍ରଙ୍କ ସମେତ ଆଠମଲ୍ଲିକ ବ୍ରାହ୍ମଣ ସମାଜ ର ବହୁ ସଭ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଆଠମଲ୍ଲିକ ବ୍ରାହ୍ମଣ ସମାଜ ର ଉପସଭାପତି ସୁବୋଧ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରି ଶାନ୍ତିପାଠ କରିଥିଲେ।

Leave a Reply

Your email address will not be published. Required fields are marked *