ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟରେ ୨୦୪ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତି ପଞ୍ଚାୟତରେ ପର୍ଯ୍ୟାୟକ୍ରମେ ସ୍ଥାପନ ହେବ ଏହି ଗୋଦାବରିସ ଆଦର୍ଶ ବିଦ୍ୟାଳୟ। ପ୍ରତି ବିଦ୍ୟାଳୟ ପାଇଁ ୫ ଏକର ଜାଗା ରେ ୫ରୁ ୭ କୋଟି ବ୍ୟୟ ବରାଦ ପାଇଁ ହୋଇଛି ଧାର୍ଯ୍ୟ। ଏହି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଛାତ୍ରଛାତ୍ରୀଙ୍କ ମୂଳଦୁଆ ସୁଦୃଢ କରିବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ବାଲ ବାଟିକାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ବ୍ୟବସ୍ଥା ରହିବ। ଅଭିଜ୍ଞ ଶିକ୍ଷକ ସହ ସ୍ମାର୍ଟ କ୍ଲାସରୁ, ଲବରୋଟୋରି, ଖେଳ ପଡିଆ, ଇତ୍ୟାଦିର ସୁବିଧା ରହିବ। ଦ୍ବିତୀୟ ପର୍ଯ୍ୟାୟ ରେ କଳାହାଣ୍ଡି ଜିଲ୍ଲା ର ୪ ଟି ବିଦ୍ୟାଳୟ ସ୍ଥାନ ପାଇଥିବାବେଳେ ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ ଭିଡିଓ କନଫରେନ୍ସ ଦ୍ଵାର ସ୍ଥାପନ କଲେ ମୁଖ୍ୟ ମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଭାଜପା ସଭାପତି ଯୁଗଲ କିଶୋର ପୋଡ଼, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ, ତହସିଲଦାର ଚନ୍ଦନ କୁମାର ନାଏକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ କୁମାର ନାଏକ, ଗୋଲାମୁଣ୍ଡା ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନୀ ରାଉତ, ସ୍ଥାନୀୟ ସମିତି ସଭ୍ୟ ଦୈତାରୀ ରାଉତ, ସ୍ଥାନୀୟ ସରପଞ୍ଚ ହେମଲତା ନାଏକ, ପ୍ରଧାନ ଶିକ୍ଷକ ବିଘ୍ନରାଜ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ଵର ନାଏକ, ସାଂସଦ ପ୍ରତିନିଧି ପ୍ରସନ୍ନ କୁମାର ରାଉତ, ପୂର୍ବତନ ଗଣ୍ଡାମେର ସରପଞ୍ଚ ରାହାସ ବିହାରି ନାଏକ, ଗୋଲାମୁଣ୍ଡା ଭାଜପା ମଣ୍ଡଳ ସଭାପତି ବୈଶାଖୁ କେତକୀ, ସ୍ଥାନୀୟ ସମାଜସେବୀ ଅଙ୍ଗଦ ନାଏକ,ରୋହିତାକ୍ଷ ନାଏକ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସୁଶାନ୍ତ ନାଏକ ସଫଳତାର ସହ ମଞ୍ଚ ପରିଚାଳନା କରିଥିବା ବେଳେ ବୈକୁଣ୍ଠ ନାଏକ, ଭାବଗ୍ରାହୀ ନାଏକ ଏବଂ ସମଗ୍ର ଗ୍ରାମବାସୀଙ୍କ ତରଫରୁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ବିଦ୍ୟାଳୟର ଏହି ନୂତନ ଅଧ୍ୟାୟ ପାଇଁ ଗଣ୍ଡାମେର ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ରହି ଉତ୍ସାହ ପ୍ରକାଶ କରିଥିଲେ।

