କୋକସରା/କ୍ରାନ୍ତିକ୍ଷେତ୍ର : ଦିର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଆନ୍ଦୋଳନ କରି ମେଗା ଉଠା ଜଳସେଚନ ପ୍ରକଳ୍ପ କୃଷକ ସଂଘ ଚାଷୀ ମାନଙ୍କ ନ୍ୟାର୍ଯ୍ୟ ଦାବି କୁ ହାସଲ କରିବାରେ ସଫଳ ହୋଇଛନ୍ତି। କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ପ୍ରାୟ ୧୫ ହଜାର ଚାଷୀଙ୍କ ଧାନ ବିକ୍ରି ନିମନ୍ତେ ଟୋକନ ପାଇବା ପାଇଁ ମେଗାଲିଫ୍ଟ ଚାଷୀ ସଂଗଠନ ସହିତ ଅନେକ ସଂଗଠନ ସାମିଲ ହୋଇ ସରକାରଙ୍କ ଠାରେ ଦାବୀ ଉପସ୍ଥାପନା, ଆନ୍ଦୋଳନ, ଆମରଣ ଅନଶନରେ ବସିଲେ। ଶେଷରେ ପ୍ରଶାସନ ଓ ରାଜ୍ୟ ସରକାର ଚାଷୀଙ୍କ ହକ ଆଗରେ ନଇଁବାକୁ ବାଧ୍ୟ ହୋଇଥିଲେ। ଫଳ ସ୍ବରୂପ ଜୁନ ୪ ତାରିଖରେ ସମସ୍ୟାର ସମାଧାନ କରି ଚାଷୀଙ୍କୁ ଟୋକନ ପ୍ରଦାନ କରାଗଲା। ଟୋକନ ପ୍ରାପ୍ତ ପରେ ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି। ଏହି କ୍ରମରେ ରବିବାର କୋକସରା ବ୍ଲକର ଫୁପଗାଁ କୃଷକ ମଞ୍ଚ ପକ୍ଷରୁ ସରପଞ୍ଚ ତଥା ଫୁପଗାଁ କୃଷକ ମଞ୍ଚର ସଭାପତି ଗଜାନନ ପୁଝାରୀଙ୍କ ସଭାପତିତ୍ୱରେ ପଞ୍ଚାୟତ ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଦୀର୍ଘ ଦିନର ଆନ୍ଦୋଳନର ଅନୁଭୂତି କୁ ଚାଷୀ ମାନେ ଉପସ୍ଥାପନା କରି ମେଗାଲିଫ୍ଟ ଚାଷୀସଂଘର ଆବାହକ, ସଭାପତି ସମ୍ପାଦକ, ସମସ୍ତ କର୍ମକର୍ତ୍ତା, ସାମ୍ବାଦିକ ଓ ଚାଷୀ ମାନଙ୍କୁ ସମ୍ବର୍ଦ୍ଧନା ଓ କୃତଜ୍ଞତା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ମେଗାଲିଫ୍ଟ ଚାଷୀ ସଂଘର ସଭାପତି ପୁରୁଷୋତ୍ତମ ଦାସ ଗୁପ୍ତା, ଆବାହକ ତଥା କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଦୁର୍ଗା ପ୍ରସାଦ ନାଏକ, ସହଦେଵ ଦାସ, ସୁନୀଲ ଦୁରିଆ, ରବି ଦାସ, ସଞ୍ଜୟ ସିଂହଲ, ଗୋବିନ୍ଦ ନାଏକ, ଖଗେଶ୍ୱର ପୁଝାରୀ, ପ୍ରଭୁଲାଲ ପଟେଲ, ଦୈତାରୀ ଭୋଇ, ଦୁର୍ଯ୍ୟୋଧନ ଜାଳ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ ହୋଇଥିଲେ। କାର୍ଯ୍ୟକ୍ରମ କୁ ସାଧୁରାମ ପଟେଲ ସଂଯୋଜନା କରିଥିବା ବେଳେ, ମନୁରାଜ ପଟେଲ, ତୀର୍ଥରାଜ ଶବର, କାଶୀନାଥ ପୁଝାରୀ, ଅରକ୍ଷିତ ଶବର, ଶ୍ୟାମସୁନ୍ଦର ମାଝୀ, ହେମନ୍ତ ଜାଳ, ଶ୍ୟାମସୁନ୍ଦର ଘି, ଲକ୍ଷ୍ମୀ ଚନ୍ଦନ, ଗଜାନନ ଚଣ୍ଡୀ ସମେତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଚାଷୀ ମାନେ ଉପସ୍ଥିତ ଥିଲେ।

