କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଗାଈଗାଁ ଠାରେ ଏକ ନଳକୂପ ଖନନ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ପୂର୍ବତନ ସରପଞ୍ଚ ଙ୍କ ସମେତ ତାଙ୍କ ପରିବାରର ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ କେସିଙ୍ଗା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ କେସିଙ୍ଗା ବ୍ଲକ ର ଗାଈଗାଁ ଗ୍ରାମଠାରେ ଜିଲ୍ଲା ପରିଷଦ ଫଣ୍ଡ ରୁ ଗ୍ରାମରେ ଏକ ନଳକୂପ ଖନନ ପାଇଁ ମଞ୍ଜୁରୀ ମିଳି ଖନନ କାର୍ଯ୍ୟ ଆରମ୍ଭ ହୋଇ ଥିଲା। ହେଲେ ଖନନ ସମୟରେ ଗାଈଗାଁ ର ପ୍ରମୋଦ କୁମାର ସାହୁ ଓ କିଛି ଗ୍ରାମବାସୀ ନଳକୂପ ଖନନ ହେଉଥିବା ସ୍ଥାନ ଟି ବେସରକାରୀ ସ୍ଥାନ ଓ ନଳକୂପ ଖନନ ପାରେ ଗ୍ରାମବାସୀଙ୍କ କାମରେ ଆସିବ ନାହିଁ ବୋଲି ତୁ ତୁ ମେଁ ମେଁ ହେଇଥିଲେ ଓ ଗାଈଗାଁ ଛକରେ ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ଘଟିଥିଲା। ପାଟିତୁଣ୍ଡ ରୁ ଆରମ୍ଭ ହୋଇ ଥିବା ଉକ୍ତ ବିଷୟ ମାରପିଟ ଓ ଆକ୍ରମଣ ରେ ଶେଷ ହୋଇଥିଲା। ଏଥିରେ ପୂର୍ବତନ ସରପଞ୍ଚ ପ୍ରମୋଦ ସାହୁ ତାଙ୍କ ଭାଇ ଆନନ୍ଦ ସାହୁ ଓ ତାଙ୍କ ବୃଦ୍ଧ କାକା ଦୟନିଥି ସାହୁଙ୍କୁ ଲୁହାଛଡ଼ ଓ ତଲବାର ସାହାଯ୍ୟରେ ଆକ୍ରମଣ କରି ସମସ୍ତଙ୍କ ମୁଣ୍ଡ ରେ ଗଭୀର ଆଘାତ ଦେଇଥିବା କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କେସିଙ୍ଗା ମେଡିକାଲ ସୂତ୍ର ରୁ ଜଣାପଡିଛି ଯେ ସମସ୍ତଙ୍କୁ ଗଭୀର ଆଘାତ ଲାଗିଛି ଓ ତିନି ଜଣ ଙ୍କ ମଧ୍ୟରୁ ପୂର୍ବତନ ସରପଞ୍ଚ ଙ୍କ ଭାଇ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି।ଅନ୍ୟପଟେ ଅନ୍ୟ ଗୋଷ୍ଟି ମଧ୍ୟ ଆକ୍ରମଣ ର ଶିକାର ହୋଇ ଚିକିତ୍ସା ପାଇଁ ପ୍ରଥମେ ପାଷ୍ଟିକୁଡ଼ି ମେଡିକାଲ କୁ ଯାଇ ଫେରିଲା ପରେ ଉତ୍କେଲା ଫାଣ୍ଡି ରେ ପୂର୍ବତନ ସରପଞ୍ଚ ଓ ତାଙ୍କ ପରିବାର ନାମରେ ହକି ବାଡ଼ି ରେ ଆକ୍ରମଣ କରି ତେଜରାଜ ସା, ପ୍ରଶାନ୍ତ ସା, ଭାଗିରଥି ସାଙ୍କୁ ମାଡ଼ ମାରି ଆହତ କରିଥିବା ଲିଖିତ ଅଭିଯୋଗ କରିଛନ୍ତି। ସା ପରିବାର ଙ୍କ କହିବା ଅନୁସାରେ ନଳକୂପ ରାସ୍ତା କଡ଼ରେ ଓ ସରକାରୀ ଜାଗାରେ ଖନନ ହେଉଥିଲା କିନ୍ତୁ ପୂର୍ବତନ ସରପଞ୍ଚ କାହିଁକି ଖନନ କୁ ବିରୋଧ କରୁଥିଲେ ଜଣାନାହିଁ ଓ ପୂର୍ବତନ ସରପଞ୍ଚ ପ୍ରଥମେ ଗାଇଗାଁ ଛକ ରେ ଥିବା ଆମ ଦୋକାନ କୁ ଆସି ପାଟିତୁଣ୍ଡ କରି ଫେରି ଯାଇଥିଲେ ଓ କିଛି ସମୟ ପଟେ ପୁଣିଥରେ ହକି ବାଡ଼ିଧରି ସେ ତାଙ୍କ ଭାଇ ଓ ପରିବାର ଦୋକାନ କୁ ଆସି ଆମକୁ ଆକ୍ରମଣ କରିଥିଲେ ଫଳସ୍ଵରୁପ୍ ଆମେ ମଧ୍ୟ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରି ଥିଲୁ ବୋଲି ନିଜ ପ୍ରତିକ୍ରିୟାରେରେ ପ୍ରକାଶ କରିଥିଲେ। ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।

