ଏସ୍ଆଇଆର ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଲା ପ୍ରଶାସନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପ୍ରଶାସନ ପକ୍ଷରୁ ଭୋଟର ତାଲିକାରେ ଚାଲିଥିବା ସ୍ଵତନ୍ତ୍ର ସଘନ ସଂଶୋଧନ ଏସଆଇଆର ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇ ଥିଲା। ଏହି ପରି ପରିପ୍ରେକ୍ଷୀରେ କଳାହାଣ୍ଡି ଉପ ଜିଲ୍ଲାପାଳ ତଥା ୮୦ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ଅଧିକାରୀ ପ୍ରଭାତ ପରିଡ଼ାଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶୋଭାଯାତ୍ରା ଟି କେସିଙ୍ଗା ଏନ୍ଏସି କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ବଲାଙ୍ଗୀର ଛକ ଠାରେ ଶେଷ ହୋଇଥିଲା। ଏଥିରେ କେସିଙ୍ଗାର ସମସ୍ତ କାର୍ଯ୍ୟାଳୟ ର ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ। ଭୋଟର ତାଲିକାରେ ସଂଶୋଧନ ର ଗୁରୁତ୍ଵ, ଗଣନା ଫର୍ମ ର ବଣ୍ଟନ, ଦାଖଲ ଏବଂ ଏସଆଇଆର ପ୍ରକ୍ରିୟାରେ ଯୋଗ୍ୟ ଭୋଟର ମାନକର ଅଂଶଗ୍ରହଣ କୁ ପ୍ରୋତ୍ସାହିତ କରିବା ଉକ୍ତ ଶୋଭା ଯାତ୍ରା ର ମୂଳଲକ୍ଷ୍ୟ ବୋଲି ନିର୍ବାଚନ ଅଧିକାରୀ ପ୍ରକାଶ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମେଜୟ ସ୍ୱାଇଁ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଏବିଡିଓ ସିଦ୍ଧେଶ୍ୱର ମେହେର, ସିଡିପିଓ ସୁଷମା ମିଶ୍ରଙ୍କ ସମେତ ଅଙ୍ଗନବାଡ଼ି ଦିଦି, ଆଶା ଦିଦି ମାନେ ଯୋଗଦେଇ ସଘନ ସଂଶୋଧନ ପାଇଁ ଲୋକଙ୍କୁ ସଚେତନ କରାଇଥିଲେ।

Leave a Reply

Your email address will not be published. Required fields are marked *