ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜର କର୍ମକର୍ତ୍ତା ସଂପ୍ରସାରଣ ଓ ବ୍ଳକ ଯୁବ ଯାଦବ ଗଠନ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଅମଠା ଯାଦବ ଭବନଠାରେ ଗୋଲାମୁଣ୍ଡା ଯାଦବ ସମାଜର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବ୍ଳକ ସଭାପତି ଗିରିଧାରୀ ତେଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକ ରେ ୨୭ ଗୋଟି ଆଞ୍ଚଳିକ ଯାଦବ ସମାଜ ର କର୍ମକର୍ତ୍ତା ସହିତ କଳାହାଣ୍ଡି ଜିଲ୍ଲା ଯାଦବ ସମାଜର ପ୍ରତିନିଧି ଅଲେଖ ଗୋପାଲ ଜିଲ୍ଲା ଉପସଭାପତି ଓ ଧର୍ମଗଡ ବ୍ଳକ ଯାଦବ ସମାଜ ସଭାପତି ଶଙ୍କର ଯୁଏଡ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ସମସ୍ତେ ଯଦୁକୂଳ ମଣି ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଳକ ସଭାପତି ଗିରିଧାରୀ ତେଜି କଳାହାଣ୍ଡି ଜିଲ୍ଲା କାର୍ଯ୍ୟ କାରିଣୀ ସଭାପତି ଭାବେ ମନୋନୀତ ହୋଇଥିବାରୁ ବ୍ଳକ ସଭାପତି ପଦରୁ ଅବ୍ୟାହତି ନେଇ ଥିଲେ। ପରେ ଗୋଲାମୁଣ୍ଡା ବ୍ଲକ ସଭାପତି ଚୟନ ହୋଇଥିଲା। ସର୍ବ ସମ୍ମତି କ୍ରମେ ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ଉପସଭାପତି ରେବା କଟାଙ୍କୁ ସଭାପତି ଚୟନ କରାଯାଇଥିବା ବେଳେ ଦଶପୁର ଜୋନାଲ ସଭାପତି ଶ୍ରୀଯୁକ୍ତ ତିଲେଶ୍ଵର ଘି ଙ୍କୁ ଉପସଭାପତି ଏବଂ ପୂର୍ଣ୍ଣଚନ୍ଦ୍ର ନାଗ ଙ୍କୁ ଦଶପୁର ଜୋନାଲ ସଭାପତି ଭାବେ ଚୟନୀତ ହୋଇଥିଲେ।ସେହି ଭଲି ଗୋଲାମୁଣ୍ଡା ବ୍ଲକ ଯୁବ ଯାଦବ ସଭାପତି ଭାବରେ ସତ୍ୟବ୍ରତ ବଗର୍ତ୍ତୀ, ଉପ ସଭାପତି ବାଲକୃଷ୍ଣ ବାଗ, ଭଗବାନ ଭାଟି, ସଂପାଦକ ବିପିନ୍ ହଂସ, ଯୁଗ୍ମ ସଂପାଦକ ରାଜେଶ ବଗର୍ତ୍ତୀ, କୋଷାଧ୍ୟକ୍ଷ ଭରତ ଗହିର ପ୍ରମୁଖ ଚୟନୀତ ହୋଇଥିଲେ। ବୈଠକ ଟିକୁ ବ୍ଳକ ଯାଦବ ସମାଜ ସଂପାଦକ ପରୀକ୍ଷିତ ଖର୍ସେଲ ପରିଚାଳନା କରିଥିବା ବେଳେ ବ୍ଲକ ଯାଦବ ସମାଜ ଯୁଗ୍ମ ସଂପାଦକ ସଦାଶିବ ବେମାଲ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *