ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତି ପ୍ରକାଶ ମିଶ୍ର) : ଠାକୁରଗଡ଼ ଥାନା ଅଞ୍ଚଳ ଆନନ୍ଦପୁର ବାଙ୍କ ନିକଟରେ ଏକ କାର ଓ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଠାକୁରଗଡ଼ର ଯୁବ ସାମ୍ବାଦିକ ବୁଲୁ ଦଳେଇଙ୍କ ଦେହାନ୍ତ ହେବା ସହିତ ବାଇକ ରେ ବସିଥିବା ମହିଳା ଆହତ ହୋଇଥିବା ଜଣା ପଡିଛି। ଠାକୁରଗଡ଼ ଥାନା ସୂତ୍ର ରୁ ମିଳିଥିବା ଖବର ଅନୁଯାଇ ଅପରାହ୍ନରେ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ଘଟାଇ ଥିବା କାର ନେକ୍ସନ କାର ବୋଲି ଜଣା ପଡିଛି। ଠାକୁର ଗଡ଼ ଥାନା ଏସ୍ଆଇ ମନୋଜ ବେହେରା ଘଟଣା ସ୍ଥଳରେ ପହଂଚି କାର କୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି। ଦୁର୍ଘଟଣା ଗ୍ରସ୍ତ ହେଲା ପରେ ଆମ୍ବୁଲାନ୍ସ ଯୋଗେ ଆଠମଲ୍ଲିକ ମୁଖ୍ୟ ଡାକ୍ତରଖାନା କୁ ଅଣା ଯାଇଥିଲା। ଡାକ୍ତରଖାନାରେ ସାମ୍ବାଦିକ ବୁଲୁ ଦଳେଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ଥାଉ କି ମୃତ ବୁଲୁ ଦଳେଇ ମେଳାପୀ, ମିଷ୍ଟ ଭାସୀ, ପରୋପ କାରି, ଯୁବ ସାମ୍ବାଦିକ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ ସାମ୍ବାଦିକ ମହଲ ଓ ଜନସାଧାରଣରେ ଶୋକ ର ଛାୟା ଖେଳି ଯାଇଛି।

