ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : ସାତକୋଶିଆ ପରିବେଶ ସମ୍ବେଦନ ଶୀଳ କ୍ଷେତ୍ର ଖସଡ଼ା ବିଜ୍ଞପ୍ତି ରେ ସଂଶୋଧନ ଓ ଜୀବିକା ସୁରକ୍ଷା ପାଇଁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ଦେଇଥିବା ଜଣାପଡିଛି। ଦାବିପତ୍ରରେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଏବଂ ପ୍ରସ୍ତାବିତ ପରିବେଶ ସମ୍ବେଦନ ଶିଳ କ୍ଷେତ୍ର ମଧ୍ୟରେ ଅବସ୍ଥିତ ୨୦୫ ଟି ଗ୍ରାମର ବାସିନ୍ଦା ଓ ଜନ ସମୁଦାୟ ପ୍ରତିନିଧି ମାନେ ସେମାନଙ୍କ ର ଜୀବକା ଓ ଅର୍ଥ ନୈତିକ ସୁରକ୍ଷା କୁ ନେଇ ଚିନ୍ତା ବ୍ୟକ୍ତ କରିବା ସହିତ ପ୍ରକାଶିତ ଖସଡ଼ା ରାଜ ପତ୍ର ବିଜ୍ଞପ୍ତି ର ସଂଶୋଧନ ନିମନ୍ତେ ସରକାର ଙ୍କ ନିକଟରେ ଦାବୀ କରିଛନ୍ତି। ସୂଚନା ମୁତାବକ ଗ୍ରାମବାସୀ ସାତକୋଶିଆ ଗଣ୍ଡ ଓ ମହାନଦୀ କୁଳ ବର୍ତ୍ତୀ ଜଙ୍ଗଲ ର ସୁରକ୍ଷା କରି ଆସୁଥିବା ବେଳେ ନୂତନ ଖସଡ଼ା ବିଜ୍ଞପ୍ତି ରେ ସେମାନ ଙ୍କ ର ଜୀବିକା ଚାଲି ଯିବାର ଭୟ ଘାରିଛି। ମୁଖ୍ୟ ଅଭିଯୋଗ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର କିଓସ୍କ, ହୋମଷ୍ଟେ, କମ୍ୟୁନିଟି ଡାଇନିଂ ପ୍ରଭୃତି କ୍ଷତି ହେବାର ସମ୍ଭାବନା ସୃଷ୍ଟି ହୋଇଛି, ନୂତନ ପର୍ଯ୍ୟଟନ ପ୍ରକଳ୍ପ ଉପରେ ନିଷେଧାଦେଶ, ଇକ ଟୁରିଯିମ ପ୍ରତି ଅବହେଳା, ବନ ବିଭାଗ ଓ ପର୍ଯ୍ୟଟନ ବିଭାଗ ଉପରେ ସମନ୍ୱୟ ର ଅଭାବ ସହିତ ଛ ଟି ନିୟମାବଳୀ କୁ ସଂଶୋଧନ ପାଇଁ ପ୍ରସ୍ତାବ ଦିଆ ଯାଇଛି, ଯଥା ସଂଶୋଧନ ପାଇଁ ନୋଡାଲ ସଂସ୍ଥା ନିଯୁକ୍ତି ହେବା, ତିରିଶ ଦିନରେ ଷ୍ଟିୟରିଙ୍ଗ କମିଟି ଗଠନ ହେବା, କ୍ଷୁଦ୍ର ଅସ୍ଥାୟୀ ଢାଞ୍ଚା ର ସଂଜ୍ଞା ନିର୍ଧାରଣ କରିବା, ସରକାରୀ ଯୋଜନା ଓ ସମୁଦାୟିକ ପ୍ରକଳ୍ପ ଗୁଡିକୁ ବାଣିଜ୍ୟକ ନିର୍ମାଣ ପରିଭାଷା ରୁ ବାଦ ଦେବା, ସଫାରୀ ପ୍ରକୃତି ଭ୍ରମଣ, ହୋମଷ୍ଟେ, ଇକୋଗାଈଡିଙ୍ଗ ଓ ହସ୍ତ ଶିଳ୍ପ ବିକ୍ରୟ କୁ ପ୍ରୋତ୍ସାହିତ କାର୍ଯ୍ୟ କଳାପ ତାଲିକା ରେ ଅନ୍ତର୍ଭୁକ୍ତ କରିବା, ବ୍ୟାଘ୍ର ସରଂକ୍ଷଣ ଯୋଜନା ଅଧୀନ ରେ ବଫର ଜୋନ ରେ ଅନୁମୋଦିତ ସମସ୍ତ କାର୍ଯ୍ୟ କଳାପ କୁ (ଇଏସଜେଡ) ଅଧୀନ ରେ ନିୟନ୍ତ୍ରିତ କାର୍ଯ୍ୟ କଳାପ ଭାବେ ଗଣିବା ଦାବୀ କୁ ଗୁରୁତ୍ୱ ଦେଇ ସଂଶୋଧନ କରି ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ଦାବୀ ରହିଛି । ସୂଚନା ଥାଉ କି ଆଠମଲ୍ଲିକ ରେ ଜିଲ୍ଲା ପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଗ୍ରାମବାସୀ ର ପ୍ରତିନିଧି ଭାବରେ ସାତକୋଶିଆ ପ୍ରଜା ସୁରକ୍ଷା ସମିତି ସଭାପତି ଜନାର୍ଦନ ସାହୁ, ଟିକରପଡା ସରପଞ୍ଚ ସୋମ୍ୟ ରଞ୍ଜନ ସାହୁ, ପୁରୁଣାକୋଟ ସରପଞ୍ଚ ରଶ୍ମିତା ବିଶୋଇ, ଜଗନ୍ନାଥ ପୁର ସରପଞ୍ଚ ବନିତା ମହାଲିକ, ଟାଇଁସି ସରପଞ୍ଚ ସୌଦାମିନୀ ପ୍ରଧାନ, ଜଗନ୍ନାଥପୁର ଗ୍ରାମ୍ୟ କମିଟି ସଭାପତି ନବ କିଶୋର ସାହୁ, ପୁରୁଣାକୋଟ ଗ୍ରାମ୍ୟ କମିଟି ସଭାପତି ବରୁଣ ବିଶୋଇ, ସାତକୋଶିଆ କ୍ଷତି ଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ଉପସଭାପତି କୀର୍ତନ ପ୍ରଧାନ ଙ୍କ ସମେତ ଗ୍ରାମବାସୀ ଦାବିପତ୍ର କୁ ନୂଆଦିଲ୍ଲୀ ସ୍ଥିତ ଏମ ଓ ଇ ଏଫ ସି ସି ର ସଚିବ, ମୁଖ୍ୟ ବନ ସରଂକ୍ଷକ ପି ସିସିଏଫ ୱାଇ ଲଡ ଲାଇଫ ଏବଂ ଆଞ୍ଚଳିକ ମୁଖ୍ୟ ବନସରଂକ୍ଷକ ଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଅବଦଲ ଏମ ଅକତର ଙ୍କୁ ଦାବିପତ୍ର ଦିଆ ଯାଇଥିଲା।

