ପିକପ ଭ୍ଯାନ ଓଲଟି ୧୫ ଜଣ ଆହତ ୩ ଜଣ ଗୁରୁତର 

ମ.ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ମ,ରାମପୁର ବ୍ଲକ ର ଡେଡ ଶୁଲି ପଞ୍ଚାୟତ କୁ ଯାଇଥିବା ରାସ୍ତାର କାଉପଦର୍ ଘାଟି ଦେଇ ଏକ ବରଯାତ୍ରୀ ନେଇ ଆସୁଥିବା ପିକ୍ ଅପ୍ ଗାଡ଼ି କାଉ ପଦର ଗ୍ରାମରୁ କାମରେଙ୍ଗ ଗ୍ରାମ କୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା। ଫଳରେ ଡାଲା ରେ ବସିଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଖବର ମିଳିଛି। ଖବର ପାଇ ଅଞ୍ଚଳର ଲୋକମାନଙ୍କ ସହଯୋଗ ରେ ଆମ୍ବୁଲାନ୍ସ ଯୋଗେ ମ, ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ୩ ଜଣ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସା କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଆହତ ମାନଙ୍କୁ ମ,ରାମପୁର ଡାକ୍ତରଖ।ନାରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଗୁରୁତର ଥିବା ୩ ଜଣ ହଲେ ଚୁମକି ମାଝି ୧୨ ବର୍ଷ, ନିତାଡି ମାଝୀ ୪୫ ବର୍ଷ ଓ ବାସନ୍ତୀ ମାଝୀ (୪୮)। ଗୁରୁତର ହେତୁ ଏହି ତିନି ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ମ,ରାମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *