ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଦିନକୁ ଦିନ କର୍ମୀ ବିଭିନ୍ନ ଦଳ ଛାଡି ବିଜେପି ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀର ନୂଆଁକୋଟ ଅଧିନ ଗର୍ବରାଇଠାରେ ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମିଶ୍ରଣ ପର୍ବ। ଏହି ମିଶ୍ରଣ ପର୍ବରେ ବିଭିନ୍ନ ଦଳର ଅନେକ କର୍ମୀ ଓ ନେତା ସାମିଲ ହୋଇଥିଲେ। ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସାଂସଦ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତ କର୍ମୀ ଓ ନେତାମାନଙ୍କୁ ସ୍ବାଗତ କରିଥିଲେ। ପାପଡ଼ାହାଣ୍ଡି ବ୍ଲକର ବିଜେଡି ଓ କଂଗ୍ରେସର ପୂର୍ଣ୍ଣ ଭତ୍ରା, ଦେବେନ୍ଦ୍ର ନାୟକ, ଚୈତୁ ପୂଜାରୀ, ଗବରୁ ନାୟକ, ବିଦେଶୀ ଗୌଡ଼, ସଲିମଧାର ଜାନୀ, ନୀଳକଣ୍ଠ ଗୌଡ଼, ଚୈତନ୍ୟ ଗୌଡ଼, ଋତୁରାଜ ଦାଶ, କୈଳାସ ଚନ୍ଦ୍ର ବିଷୋୟୀ, ପିତାମ୍ ଗୌଡ଼ ପ୍ରମୁଖ ବିଜେପିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଥିଲେ। ଆଜିର ଏହି ମିଶ୍ରଣ ପର୍ବରେ ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ମୈଦଲପୁର ମଣ୍ଡଳ ପ୍ରଭାରୀ ଓ ଜ଼ିଲ୍ଲା ଉପସଭାପତି ହରି ମୋହନ ଶର୍ମା, ମଣ୍ଡଳ ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଷୋୟୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ଭତ୍ରା, ଜ଼ିଲ୍ଲା ଅନୁସୂଚିତ ଜାତି ଜିତେନ୍ଦ୍ର ହରିଜନ ଓ ମୈଦଲପୁର ମଣ୍ଡଳ ପଦାଧିକାରୀ ଓ ଶକ୍ତି କେନ୍ଦ୍ର ପଦାଧିକାରୀ ଓ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହିଥିଲେ ।

