ନିରାପଦ ମାତୃତ୍ଵ ଅଭିଯାନ କୁ ପିରିଲା ୧୦ ବର୍ଷ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଗର୍ଭବତୀ ମାଁ ମାନଙ୍କ ପାଇଁ ଆରମ୍ଭ କରାଯାଇ ଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ କୁ ପୁରିଲା ୧୦ ବର୍ଷ ପୂର୍ତ୍ତି  ହୋଇଛି। ଏହି ଉପଲକ୍ଷେ କେସିଙ୍ଗା ମେଡିକାଲରେ ଗର୍ଭବତୀ ମାଁ ଭଉଣୀ ମାନଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଥିଲା। ଏଥିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଗର୍ଭବତୀ ମାନଙ୍କୁ ବିନା ମୂଲ୍ୟରେ ବିଶେଷଜ୍ଞ ବିଶେଷଜ୍ଞ ପରାମର୍ଶ, ଅଲଟ୍ରାସାଉଣ୍ଡ, ସମସ୍ତ ଜରୁରୀ ରକ୍ତ ଓ ପରିସ୍ରା ପରୀକ୍ଷା, ଲୌହସାର ଓ କ୍ୟାଲସିୟମ ବାଟିକା ଓ ଟୀକାକରଣ, ସୁରକ୍ଷିତ ପ୍ରସବ ପାଇଁ ନିକଟତମ ପ୍ରଥମ ରେଫରାଲ ୟୁନିଟ ସହିତ ସମ୍ପର୍କ, ପୁଷ୍ଟିକର ଓ ସନ୍ତୁଳିତ ଆହାର ଏବଂ ପରିବାର ନିୟୋଜନ, ଉପରେ ବିଶେଷ ପରାମର୍ଶ ଦିଆଯାଇଥିଲା। ମାସର ପ୍ରତ୍ୟେକ ୯ ତାରିଖରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲେ ମଧ୍ୟ ଚଳିତ ମାସ ୯ ତାରିଖ ରେ ଉକ୍ତ ଯୋଜନାକୁ ୧୦ ବର୍ଷ ବିତି ଥିବାରୁ କାର୍ଯ୍ୟକ୍ରମ ଥିଲା ନିଆରା। ଉକ୍ତ ସୁରକ୍ଷିତ ମାତୃତ୍ଵ ଅଭିଯାନର ଆଜିର କାର୍ଯ୍ୟକ୍ରମରେ କେସିଙ୍ଗା ମେଡିକାଲ ର ଅଧ୍ୟକ୍ଷ ଡାକ୍ତର ରବିନ୍ଦ୍ର ନାଥ ଖଟୁଆ, ଗାଇନିକ ସ୍ପେଶିଆଲିଷ୍ଟ ଡାକ୍ତର ପ୍ରୟାଗ ପ୍ରତିଶ୍ରୁତି ମାଝୀ, ଫାର୍ମାସୀ ଅଫିସର ଗୋପାଳକ୍ରିଷ୍ଣ ପାଣିଗ୍ରାହୀ, ନର୍ସିଂ ଅଫିସର ସାରଥୀ ଦେଇ, ଆକାଉନନ୍ତେଣ୍ଟ ବିଶ୍ଵ ଭୂଷଣ ପ୍ରଧାନୀ,ଭଗବାନ ଗହିର, ଦୂପ୍ତିମୟୀ ଧଙ୍ଗଡାମାଝି, ସରିତା ଶର୍ମା, ବିଭୁପ୍ରସାଦ ମହାପାତ୍ର, ଜୀତେନ୍ଦ୍ର କୁମାର ଦାସ, ସ୍ୱେତବହାନ ଭୋଇ, କ୍ଷୀରୋଦ ବେହେରା ଓ ରାଜକୁମାର ଭୋଇ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *