ଶୀଘ୍ର ଆବାସ ଗୃହ ସମ୍ପୂର୍ଣ୍ଣ କରିବା ନେଇ ହିତାଧିକାରୀଙ୍କୁ  ନିର୍ଦ୍ଦେଶ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ ଘରପାଇ ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ କରି ନଥିବା ୪୨ ହିତାଧିକାରୀ ଙ୍କୁ ଯଥାଶୀଘ୍ର ଘର ସଂପୂର୍ଣ୍ଣ କରିବା ପାଇଁ  କେସିଙ୍ଗା ଏନ୍ଏସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ କେସିଙ୍ଗା ଏନ୍ଏସି ର ସଦଭାବନା ସଭାଗୃହ ଠାରେ ନଗରପାଲ ନୃପରାଜ ଯାଦବଙ୍କ ଅଧ୍ୟକ୍ଷାତରେ ହିତାଧିକାରୀଙ୍କୁ ନେଇ  ଆଲୋଚନା କରାଯାଇଥିଲା। ଉକ୍ତ ଆଲୋଚନା ସମୟରେ ଉପସ୍ଥିତ ହିତାଧିକାରୀ ମାନଙ୍କୁ ସରକାରଙ୍କଙ୍କ ନିର୍ଦ୍ଦେଶନାମା କୁ ଭଲ ଭାବରେ ବୁଝାଇ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ସମୟସୀମା ମଧ୍ୟରେ ଆବାସ ଗୃହ ନିର୍ମାଣ ସଂପୂର୍ଣ୍ଣ କରି ସରକାରଙ୍କ ଦ୍ଵାରା ମିଳିଥିବା ଅନ୍ୟ ଆର୍ଥିକ ସହାୟତା ପାଇବାରେ ଯୋଗ୍ୟ ବିବେଚିତ ହେବା ପାଇଁ ସମସ୍ତ ହିତାଧିକାରୀ ଙ୍କୁ ବୁଝାଇବା ସହିତ ଶୀଘ୍ର କାମ ସାରିବା ପାଇଁ ଅନୁରୋଧ କରିବା ସହିତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଙ୍କ ସମେତ ପରିଷଦ ବୃନ୍ଦ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *