ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲିମସେର ଗ୍ରାମର ରାହାସବିହାରୀ ପଟେଲଙ୍କ ଝିଅ ମିକି ପଟେଲ ୮୦% ଦିବ୍ୟାଙ୍ଗ ହୋଇ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ଭତ୍ତା ଓ ଆବାସ ଯୋଜନାର ବଞ୍ଚିତ ହୋଇଛନ୍ତି। ସରକାର ଦିବ୍ୟାଙ୍ଗ ମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକରୀ କରୁଥିବା ବେଳେ ପ୍ରକୃତ ହିତାଧିକାରୀମାନେ କେତେ ପରିମାଣରେ ଏହାର ଲାଭ ପାଉଛନ୍ତି, ତାହା ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ସମ୍ପୃକ୍ତ ହିତାଧିକାରୀଙ୍କ ନାମକୁ ଭତ୍ତା ଓ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ଏଥିପାଇଁ ବୃନ୍ଦାବାହାଲ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅବହେଳା ଦାୟୀ ବୋଲି ଅଭିଯୋଗ ହେଉଛି। ଜଣେ ୮୦% ଦିବ୍ୟାଙ୍ଗ ଯଦି ସରକାରଙ୍କ ମୌଳିକ ସହାୟତାରୁ ବଞ୍ଚିତ ରହନ୍ତି, ତେବେ ଏହା ଏକ ଚିନ୍ତାର ବିଷୟ ପାଲଟିଛି । ଏ ଉପରେ ବ୍ଲକ ପ୍ରଶାସନ ତଦନ୍ତ କରି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

